କୃଷି ଯନ୍ତ୍ରପାତି ନିର୍ମାତାମାନଙ୍କର ବୈଠକ ଅନୁଷ୍ଠିତ

କୃଷି ଯନ୍ତ୍ରପାତି ନିର୍ମାତାମାନଙ୍କର ବୈଠକ ଅନୁଷ୍ଠିତ। ରାଜ୍ୟରେ ନଭେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ କୃଷି ଯାନ୍ତ୍ରୀକିକରଣ ମେଳା ଆୟୋଜନ ହେବ। ୪ଟି ଆଞ୍ଚଳିକ ମେଳା, ୨୬ଟି ଜିଲ୍ଲାସ୍ତରୀୟ ମେଳା ଏବଂ ୨୮ଟି ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଆୟୋଜନ। ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି ହେକ୍ଟର ୨.୬୧ କିଲୋୱାଟକୁ ବୃଦ୍ଧି ପାଇଛି, ୨୦୩୬ ସୁଦ୍ଧା ଏହା ୩.୫୦ କିଲୋୱାଟ/ହେକ୍ଟର ଏବଂ ୨୦୪୭ ସୁଦ୍ଧା ୪.୫୦ କିଲୋୱାଟ/ହେକ୍ଟର ହେବ ବୋଲି ଆକଳନ କରାଯାଇଛି ଏବଂ ତଦନୁଯାୟୀ ରୋଡ଼ମ୍ୟାପ ପ୍ରସ୍ତୁତ ହେଉଛି ।


ଚଳିତ ଆର୍ଥିକ ବର୍ଷ ପାଇଁ, ଚାଷୀମାନଙ୍କୁ ୧୨୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବଣ୍ଟନ ପାଇଁ ₹୫୪୦ କୋଟିର ସବସିଡି ବଜେଟ୍ ସ୍ଥିର କରାଯାଇଛି। ଏଥିରେ, ସାଧାରଣ ବର୍ଗର ଚାଷୀମାନେ ୪୦% ସବସିଡି ପାଇବେ, ଅନୁସୂଚିତ ଜାତି/

ଜନଜାତି, ମହିଳା ଏବଂ କ୍ଷୁଦ୍ର ଚାଷୀମାନେ ୫୦% ସବସିଡି ପାଇବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ୭୫% ସବସିଡି ପାଇବାକୁ ହକଦାର୍, ଏବଂ FRA ପଟ୍ଟାଧାରୀମାନେ କୃଷି ଯନ୍ତ୍ରପାତି ଉପରେ ୯୦% ସବସିଡି ପାଇବାକୁ ହକଦାର୍ ଅଟନ୍ତି। କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା ନଭେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ହେବାକୁ ଥିବା ଆଗାମୀ ମେଳାରେ ସକ୍ରିୟ ଅଂଶଗ୍ରହଣ ପାଇଁ ନିର୍ମାତାମାନଙ୍କୁ ଆହ୍ୱାନ କରିଛନ୍ତି। ନିର୍ମାତାମାନଙ୍କୁ ମେଳାସ୍ଥଳରେ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ରଖିବା ସହିତ ଜିଏସଟି ହ୍ରାସର ସମ୍ପୂର୍ଣ୍ଣ ଲାଭ ଚାଷୀମାନଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି।


କଠିନ ଶ୍ରମ ହ୍ରାସ, ଶ୍ରମିକ ଅଭାବ ଦୂର କରିବା ଏବଂ ଯାନ୍ତ୍ରିକୀକରଣ ମାଧ୍ୟମରେ ସମୟୋଚିତ କୃଷି କାର୍ଯ୍ୟ ସୁନିଶ୍ଚିତ କରି ଭବିଷ୍ୟତ ପିଢ଼ି ପାଇଁ ଚାଷକୁ ଅଧିକ ଆଧୁନିକ, ଲାଭଦାୟକ ଏବଂ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ଡ଼ ପାଢୀ କହିଛନ୍ତି। ମୁଖ୍ୟଯନ୍ତ୍ରୀ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରୁ ସୁଶ୍ରୀ ସଙ୍ଗୀତା ମହାରଣା ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *