କୃଷି ଯନ୍ତ୍ରପାତି ମେଳା ୨୦୨୫

 

ରାୟଗଡ଼ା ଜିଲ୍ଲା ଗୁଣପୁର ରେ 10,11,ଓ 12 ଏହି ତିନି ଦିନ ଧରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଗୁଣପୁରରେ ଦ୍ୱିତୀୟ ଦିବସରେ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ ଅତିଥି ଅଧିକାରୀଙ୍କ କର କମଳରେ ଓ ପୁରୋହିତ ଶ୍ରୀଯୁକ୍ତ ତ୍ରିପତି ମହାନ୍ତି ଙ୍କ ଦ୍ୱାରା ବେଦମନ୍ତ୍ର ପଠନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚକାର୍ଯ୍ୟ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିବସ ମେଳାରେ ମୂଖ୍ୟ ଅତିଥି ରୂପେ ପତି କ୍ରାସ୍କା – ଜିଲ୍ଲା ପରିଷଦ ସଭ୍ୟ ଗୁଡାରୀ ବ୍ଲକ, ସମ୍ମାନୀତ ଅତିଥି- ରବିଶଙ୍କର ଗମାଙ୍ଗ- ଅଧ୍ୟକ୍ଷ ରାମନାଗୁଡ଼ା ପଞ୍ଚାୟତସମିତି, ଦୁଃଖିନୀ ନୁନ୍ଦ୍ରୁକା – ଅଧ୍ୟକ୍ଷା ପି.ଏସ ମୁନିଗୁଡ଼ା, ଯଶୋଦା ହୁଇକା, ଅଧ୍ୟକ୍ଷା,ପି.ଏସ ବିଷମକଟକ, ଶ୍ରିମତୀ ଲକ୍ଷ୍ମୀ ଶବର, ଅଧ୍ୟକ୍ଷା ଗୁଡାରୀ ପି.ଏସ, କଇନ କିମ୍ବାକା – ଅଧ୍ୟକ୍ଷ ଚନ୍ଦ୍ରପୁର ପଞ୍ଚାୟତ, ସୁଜାତା କାଡ୍ରାକା, ଜେ.ପି ବିଷମକଟକ ଯୋନ୍ ଏ ଓ ଜାନକୀ ନିମାଲା, ଉପାଧ୍ୟକ୍ଷା ପି.ଏସ ରାମନଗୁଡ଼ା ଉପସ୍ଥିତ ଥିଲେ । ମଞ୍ଚାସୀନ ସମସ୍ତ ଅତିଥି ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ଉପଢୌକନ ପ୍ରଦାନ ପରେ କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ଆଜିର ମେଳାରେ ଅନେକ ଚାଷୀ, କ୍ରୟ କରିଥିବା ଗାଡ଼ିର ଚାବି ମଞ୍ଚ ରେ ପ୍ରଦାନ କରାଯାଇଥିଲା । କୃଷକ ପାଠଶାଳା ଆଲୋଚନା ଚକ୍ରରେ ଦାମୋଦର ପାଣିଗ୍ରାହୀ, ପ୍ରକଳ୍ପ ନିର୍ଦେଶକ, ମୃତ୍ତିକା ସଂରକ୍ଷଣ ବିଭାଗ, ରାୟଗଡ଼ା,ବିଭୂତି ଭୂଷଣ ବିଶୋୟୀ।
ଗୁଣପୂରରୁ ଗଣେଶ କୋଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *