କେନ୍ଦ୍ରାପଡ଼ାରେ ମହିଳା ବିଡ଼ିଓ ଙ୍କୁ ଆକ୍ରମଣ

 

କେନ୍ଦ୍ରାପଡା ରାଜନଗର ବ୍ଲକ ରେ ଦୁର୍ବୁତ୍ତଙ୍କ ତୁମୁଳ କାଣ୍ଡ l ବ୍ଲକ କାର୍ଯ୍ଯାଳୟରେ ପଶି ମହିଳା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସହ ଅଶାଳୀନ ବ୍ୟବହାର କଲେ ଦୁର୍ବୃତ l ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଧମକଚମକ ଦେଲେ l ତାଙ୍କ ଲାପଟପ ଉଠାଇ କଚାଡି ଦେଲେ l ଶୁକ୍ରବାର ଦିନ ୧୨ଟାରେ ଘଟିଥିବା ଏହି ସମସ୍ତ ଘଟଣା ସିସି କ୍ୟାମେରାରେ କଏଦ ହୋଇଛି l ଜଣେ ସ୍ଥାନୀୟ ନେତା ଓ ତାଙ୍କର ୫୦ ରୁ ଅଧିକ ସମର୍ଥକ ଏହି କାଣ୍ଡ ଭିଆଇ ଘଟଣାସ୍ଥଳରୁ ପଳାଇଥିଲେ l

କୌଣସି ଠିକା କାମକୁ ନେଇ ପୂର୍ବରୁ ଥିବା ବିବାଦ ର ଏହା ଆକ୍ରୋସ ବୋଲି ଜଣାପଡିଛି l ତେବେ ବିଡିଓଙ୍କୁ କୌଣସି ଠିକା କାମର ବିଲ୍ ପାସ୍ କରାଇବା ପାଇଁ ଅସାମାଜିକ ଗୋଷ୍ଠୀ ଚାପ ପକାଇଥିବା ଜଣାପଡିଛି l ଦୁର୍ବୃତ୍ତଙ୍କ କଥା ଅମାନ୍ୟ କରିବାରୁ ସେମାନେ ସଂଘବଦ୍ଧ ଭାବେ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଆକ୍ରମଣ କରିଥିଲେ l ଏମିତିକି ବିଡିଓଙ୍କୁ ଘରେ ପୂରାଇ ତାଲା ମଧ୍ଯ ପକାଇ ଦେଇଥିଲେ l ଏହି ଘଟଣାର ପ୍ରତିବାଦ କରିଛନ୍ତି ରାଜନଗର ବ୍ଲକ୍ ଅଧ୍ୟକ୍ଷା ପ୍ରତିଭା ପାତ୍ର l

ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବ୍ଲକ୍ ଚେୟାରମ୍ଯାନ l
ବ୍ଲକ୍ ଅଧ୍ଯକ୍ଷା ପ୍ରତିଭା ପାତ୍ର ତାଙ୍କ ସମର୍ଥକମାନଙ୍କ ସହିତ ପ୍ରଥମେ ବ୍ଲକ୍ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ l ପରେ ସେମାନେ ହଂସୁଆ ସେତୁ ଉପରେ ପହଂଚି ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ l ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଥିଲେ l ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା l ଅନ୍ଯପକ୍ଷରେ ବିଡିଓଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନଥିବା ଜଣାପଡିଛି l ଆଜି ବିଡିଓ ତିଳୋତ୍ତମା ପୃଷ୍ଟି କାର୍ଯ୍ୟରେ ଯୋଗଦେଇ ନାହାନ୍ତି l ଏନେଇ ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି l

କେନ୍ଦ୍ରାପଡା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟି ଏହି ଘଟଣା ସମ୍ପର୍କରେ OAS ସଂଘ ନିକଟ ରେ କୌଣସି ଅଭିଯୋଗ କରି ନାହାଁନ୍ତି ବୋଲି ସଂଘର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଳ
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *