କେନ୍ଦ୍ରାପଡ଼ାର ତିନି ଜଣଙ୍କୁ ସୂରଜ ପୁରସ୍କାର ପ୍ରଦାନ

ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଆଜି କେନ୍ଦ୍ରାପଡ଼ାର ଅଙ୍ଗଦାନ କରିଥିବା ତିନି ଜଣଙ୍କୁ ୫ ଲକ୍ଷ ଲେଖାଁଏ ପ୍ରଦାନ କରାଯାଇଛି | କେନ୍ଦ୍ରାପଡ଼ାର ଅଙ୍ଗଦାନ କରିଥିବା ମୋନଜ କୁମାର ସାହୁଙ୍କ ତରଫରୁ ତାଙ୍କ ପିତା କୈଳାସ ଚନ୍ଦ୍ର ସାହୁଙ୍କୁ ପୁରସ୍କୃତ କରାଯାଇଛି | ମୃତ ଅଜୟ କୁମାର ଗିରିଙ୍କ ତରଫରୁ ତାଙ୍କ ଧର୍ମପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି | ସେହିପରି ମୃତ ସରତ ଚନ୍ଦ୍ର ବିଶ୍ୱାଳଙ୍କ ପାଇଁ ତାଙ୍କ ଧର୍ମପତ୍ନୀ ଲଷ୍ମୀପ୍ରିୟା ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଛି | ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ଅଙ୍ଗଦାନ କରିଥିବା ମୃତ ବ୍ୟକ୍ତିବିଶେଷଙ୍କ ପରିବାର ଵର୍ଗଙ୍କୁ ସୂରଜ ପୁରସ୍କାରରେ ସମ୍ମାନିତ କରିଛନ୍ତି | ଓସ୍ୱାଶ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲା ତରଫରୁ ମୁତ ପରିବାର ଵର୍ଗଙ୍କ ସହିତ ଜିଲ୍ଲାପାଳ ରଘୁରାମ ଆର ଆୟାର, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ମନୋରଞ୍ଜନ ରାଉତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅମୟ କେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | କେନ୍ଦ୍ରାପଡ଼ା ଜିଲ୍ଲାର 3 ଜଣଙ୍କ ସମେତ ୧୩ ଗୋଟି ଜିଲ୍ଲାର ମୋଟ ୧୯ ଜଣଙ୍କୁ ସୂରଜ ପୁରସ୍କାରରେ ସମ୍ମାନିତ କରାଯାଇଛି |
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *