କେନ୍ଦ୍ରାପଡା,ଦ୍ବିତୀୟ ବନ୍ୟା ପାଣି କେନ୍ଦ୍ରାପଡା କୁ ବେହାଲ କରିଛି, ବନ୍ୟା ପାଣିରେ ଉବୁଟୁବୁ ହେଉଥିବା ଘାଗରାଡିଆ ରେ ସ୍ବାସ୍ଥ୍ୟ ବିଭାଗ ର ଏକ ଟିମ୍ ପହଞ୍ଚି ମେଡିସିନ ,ବ୍ଲିଚିଂ ଓ ହଲୋଜିନ ବଟିକା ବଣ୍ଟା ଯାଇଛି ,,
ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାରେ ଦ୍ବିତୀୟ ବନ୍ୟା ଜଳ ପ୍ରବେଶ କରିଛି, ବ୍ରାହ୍ମଣୀ, ବୈତରଣୀ,ଓ ମହାନଦୀ ରେ ବନ୍ୟା ଆସିବା ଦ୍ବାରା କେନ୍ଦ୍ରାପଡା ଜିଲ୍ଲା ର ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି,,
ବିଶେଷ କରି ବ୍ରାହ୍ମଣୀ ନଦୀ ରେ ଦ୍ୱିତୀୟ ବନ୍ୟା ପାଣି ଆସିବାଦ୍ଵାରା,କେନ୍ଦ୍ରାପଡା ବ୍ଲକ ର ଘାଗରା ପଞ୍ଚାୟତ,ପଟ୍ଟାମୁଣ୍ଡାଇ ବ୍ଲକ ର ସିଂହଗା, ଅଲପୁଆ, ଡାମରପୁର୍, ବଲଭଦ୍ରପୂର୍,ରାଜନଗର ବ୍ଲକ ର ବେଲ ପାଲ,ଓସ୍ତିଆ,ଆଦି ପଞ୍ଚାୟତ ,ସମେତ ଆଳୀ,ରାଜକନିକା ବ୍ଲକ ର ବହୁ ଅଞ୍ଚଳବାସୀ ଜଳବନ୍ଦୀ ହୋଇରହିଛନ୍ତି,,
ପ୍ରଥମ ବନ୍ୟାରେ କୁମ୍ଭୀର ଭୟ ଲୋକ ଙ୍କ ମନରୁ ଯାଇନାହିଁ,,ଦ୍ୱିତୀୟ ବନ୍ୟାପାଣି ପ୍ରବେଶ କରିଛି,,ପ୍ରଥମ ବନ୍ୟା ପାଣି ବହୁ ଅଞ୍ଚଲରେ ଧାନ ବିଲରେ ରହିଥିବା ବେଳେ ଦ୍ଵିତୀୟ ବନ୍ୟା ପାଣି ଆସିବାରୁ ଏହା ଅଧିକ ପାଣି ହେବ ବୋଲି ଆଶା କରାଯାଉଛି,,
ବନ୍ୟା ରେ ଆଗୁଆ ପଦକ୍ଷେପ ପାଇଁ,,କେନ୍ଦ୍ରାପଡା ର ଘାଗରା ପଞ୍ଚାୟତ ରେ ସ୍ବାସ୍ଥ୍ୟକର୍ମୀ ଏକାମ୍ର ବାସିନୀ ପରିଡ଼ା, ଭରତ ଚନ୍ଦ୍ର ମାରାଣ୍ଡି, ସୂପରଭାଇଜର ଭିକାରୀ ଚରଣ ଜେନା, ଆଶାକର୍ମୀ ଶାନ୍ତିଲତା ମଝି ଆଦି ବିଭିନ୍ନ ବନ୍ୟାଞ୍ଚଳ ଗାଁ ବୁଲି ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି
ଏହି ବନ୍ୟା ସମୟରେ କେତେକ ସ୍ଥାନରେ ରନ୍ଧାଖାଦ୍ୟ ଗୋ ଖାଦ୍ୟ ଓ ମେଡିସିନ ଓ ଯାତାୟାତ ପାଇଁ ଡଙ୍ଗା ର ଆବଶ୍ୟକତା ରହିଛି,
ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ୟାଞ୍ଚଳବାସି ଙ୍କୁ ସହଯୋଗ ଆରମ୍ଭ ହୋଇଥିଲେ ବି ତାହା ପ୍ରଜ୍ୟପ୍ତ ସହଯୋଗ ହେଉନାହିଁ,,