କେନ୍ଦ୍ରାପଡାରେ ହେବ ମେଡିକାଲ କଲେଜ l ଏହା ରାଜ୍ଯ ସରକାରଙ୍କ Top 21 ଏଜେଣ୍ଡାରେ ରହିଛି l ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ l ଆଜି କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ଅବସରରେ ଗଣମାଧ୍ଯମକୁ ସୂଚନା ଦେଇ ମନ୍ତ୍ରୀ ଜିଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲାବାସୀ ଙ୍କୁ ପ୍ରତିଶ୍ରୁତି ଦେବା ସହିତ ଏହାର କାର୍ଯ୍ୟକାରୀତା ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି l

ତେବେ ଗତ ୨୪ ବର୍ଷ ଭିତରେ କେନ୍ଦ୍ରାପଡାରେ କାହିଁକି ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ପାରି ନାହିଁ ଏକଥା ବିରୋଧୀଙ୍କୁ ପଚାର ବୋଲି କଟାକ୍ଷ କରିଥିଲେ ମନ୍ତ୍ରୀ l ଆଜି କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ୍ ର ଅମେଇପାଳ ଓ ଯଦୁପୁର ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟନ କରିଥିଲେ l

ମନ୍ତ୍ରୀଙ୍କ ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠି, ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠି ପ୍ରମୁଖ ଯୋଗଦେଇଥିଲେ l ଜିଲା ଗସ୍ତ ସମୟରେ ଜିଲାର ସ୍ୱାସ୍ଥ୍ୟ ସେବା ନେଇ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗଦେଇଥିଲେ l

ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଲେ ୨୪ବର୍ଷ ହେଲା କାହିଁ ହୋଇନି ବିରୋଧୀଙ୍କୁ ପଚାର କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ
