କେବଳ ସରକାର ଚାହିଁଲେ ଦାଦନ ପ୍ରଥା ହଟିଯାଇ ପାରିବ ନାହିଁ।

ସରକାର କହୁଛନ୍ତି ଓଡିଶା ଏବେ ଦାଦନ ମୁକ୍ତ ହେବାକୁ ଯାଉଛି। ଦାଦନ ଶ୍ରମିକ ମାନେ କେବଳ ଶ୍ରମିକ ଶ୍ରେଣିର ଲୋକ ବାହାର ରାଜ୍ୟକୁ ଯାଇ କାମ କରିବା ବୁଝାଏନାହିଁ। ବହୁ ଶିକ୍ଷିତ ଆଇ.ଟି. ,ଲିଗାଲ ଏବଂ ଇଞ୍ଜିନିୟରିଂ ଆଦି ବୃତ୍ତିର ଛାତ୍ରମାନେ ମଧ୍ୟ ବାଙ୍ଗାଲୋର, ପୁନେ ଓ ଦିଲ୍ଲୀ ଆଦି ସହରକୁ ଯାଇ କାର୍ଯ୍ୟ କରୁଛନ୍ତି। ତତସହିତ ଦାଦନ ଶ୍ରମିକ ମାନେ ଯେଭଳି ଆକ୍ରସର ଶିକାର ହେଉଛନ୍ତି, ଏମାନେ ମଧ୍ୟ ସେଥିରୁ ପ୍ରାୟତ ବାଦ ପଡୁନାହାନ୍ତି।


କେବଳ ସରକାର ଚାହିଁଲେ ଦାଦନ ପ୍ରଥା ହଟିଯାଇ ପାରିବ ନାହିଁ। ଏହାଏକ ମାନସିକତା। ଏହାକୁ ବ୍ୟାଧି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପାଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ। ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖଜ ଥିବା ନେଇ ବିଭାଗୀୟ ଶ୍ରମ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି। ଆଜକୁ ପ୍ରାୟ ୫ମାସ ହେବ ଆନ୍ଦ୍ରପ୍ରଦେଶ ରାଜ୍ୟ କାକିନାଡ଼ା ଜିଲ୍ଲା, ସାମଲାକଟା ଗ୍ରାମ ନିକଟସ୍ତ ଏନାମ ଗ୍ରାମକୁ ପିଲର କଣ୍ଟ୍ରାକ୍ସନ କାର୍ଯ୍ୟ କରିବାକୁ ଠିକାଦାର  ମହେଶଙ୍କ ପାଖକୁ ପହଞ୍ଚିଥିଲେ। ପହଞ୍ଚିବା ପରେ ସେଠାରୁ ଉକ୍ତ ପାଞ୍ଚଜଣ ଙ୍କୁ ଅଲଗା ଅଲଗା କଣ୍ଟ୍ରାକ୍ସନ କାମ ସାଇଟକୁ କାମ କରିବାକୁ  ପଠେଇଥିଲେ। ଯାହାଫଳରେ ଉଭୟ ପାଞ୍ଚ ଜଣ ଅଲଗା ଅଲଗା କାମ ସାଇଟରେ କାମକରିବାକୁ ଯାଇଥିଲେ। ସେହି ଠିକାଦାର ଙ୍କ କହିବା ଅନୁଯାୟୀ ୩ମାସ ହେବ ୫ଜଣ ଶ୍ରମିକ ଙ୍କୁ ଅଲଗା ଅଲଗା ରଖୀ କାମ କରାଇ ଆସୁଥିଲେ।

ଠିକାଦାର ଙ୍କ କହିବା ଅନୁଯାଇ, ଅଭି ହୁଇକା, ରାଜୀବଲୋଚନ ଗୁରୁ, ବାଡ଼ୁ ନାରାୟଣ, ଜଗୁ କାଡ୍ରାକାଙ୍କୁ ୩ ମାସର ପେମେଣ୍ଟ କରି ନିଜଗ୍ରାମକୁ ଫେରିଯିବାକୁ କହିଥିଲେ। ଉକ୍ତ ୪ ଜଣ କହିଲେ “ସାର ଆମର ବୁଡ଼ାଭାଇ ଜଣକ କେଉଁଠି କାମ କରୁଛନ୍ତି” ତାଙ୍କୁ ମଧ୍ୟ ନେଇକି ଯିବୁବୋଲି କହିବାରୁ ଠିକାଦାର କହିଲେ “ମୁ ତାକୁ ତାର ସାଇଟ କାମ ସରିଲେ ପେମେଣ୍ଟ କରିକି ପଠେଇବି” କହିଥିଲେ। ସେହିଠାରୁ ଉଭୟ ୪ଜଣ ନିଜ ଗ୍ରାମକୁ ଫେରିଥିଲେ। ସେହି ଚାରି ଜଣ ଫେରିବା ଦେଖି, ବୁଢାଭାଇଙ୍କ ସ୍ତ୍ରୀ ସିଙ୍ଗାରି ହିକକା ଠିକାଦାର ଙ୍କୁ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିଥିଲେ, କିନ୍ତୁ ଠିକାଦାର ସଂଯୋଗରେ ଆସିନଥିଲେ। ଗାଁ ରେ ପରିବାର ଅସ୍ତବ୍ୟସ୍ତ ହୋଇଚାରି ଜଣକୁ ପଚାରିଥିଲେ । ନିଖଜ ବ୍ୟକ୍ତିଙ୍କୁ ଫେରସ୍ତ ନିମନ୍ତେ ରାୟଗଡା ବିଭାଗୀୟ ଶ୍ରମ ଅଧିକାରୀ ଙ୍କୁ ଲିଖିତ ପତ୍ରଧରି ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ କହିବା ଅନୁଯାଇ ଉକ୍ତ ବିଷୟରେ ମୋ ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆପଣ ମାନଙ୍କୁ ଜଣେଇବି ବୋଲି ପ୍ରତିଶୃତି ଦେଇଛନ୍ତି। ସରକାର ଖଟିଖିଆ,ମୁଲିଆ, ଲେବର, ଶ୍ରମିକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଅଞ୍ଚଳର ବିକାଶ ନିମନ୍ତେ ଦେୟ କରୁଥିବା ବେଳେ ଅଞ୍ଚଳରେ କୌଣସି କାମ ନପାଇ ଶ୍ରମିକ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନେ, କିଏ ପ୍ରାଣ ହରଉଛି ଏବଂ କିଏ ନିଖଜ ହେଉଛି। ଏଥିପ୍ରତି ସରକାର କଠୋର ନୀତି ଏବଂ ସଠିକ ପଞ୍ଜୀକରଣ କରିବାର ଆବଶ୍ୟକତା ଅଛି ବୋଲି ସାଧାରଣରେ ଦାବି ହେଉଛି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *