ରାଜ୍ୟ କ୍ୟାବିନେଟର ୨୬ ତମ ବୈଠକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl। ଗୃହ ଓ ନଗର ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଗୋଟିଏ ଲେଖାଏଁ ଏହିପରି ମୋଟ ୫ ଟି ବିଭାଗର ୫ ଟି ପ୍ରସ୍ତାବ ଆଗତ ସହ ସମସ୍ତ ପ୍ରସ୍ତାବଗୁଡିକ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି l

କ୍ୟାବିନେଟ ମଞ୍ଜୁରୀ ପାଇଥିବା ପ୍ରସ୍ଥାନ ଗୁଡିକ ହେଉଛି ନିଯୁକ୍ତି ସଂସ୍ଥା ମାନଙ୍କ ଦ୍ୱାରା ପରୀକ୍ଷା ଫିସ ଆଦାୟ ଏବଂ ନିଯୁକ୍ତି ପ୍ରକ୍ରିୟାରେ ଯୋଗଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ଆଦାୟ କରାଯାଇଥିବା ଫିସ ଫେରସ୍ତ ପାଇଁ ନିଷ୍ପତି ନିୟାଗଲା। ସ୍ୱାସ୍ଥ୍ୟ ବିଭାଗର ୪୨୧ କୋଟି ଆମ୍ବୁଲାନ୍ସ ବଦଳାଇବା ନିମନ୍ତେ ଶହେଅଠରକୋଟିଅଠାନବେଲକ୍ଷଟଙ୍କା ଖର୍ଚ୍ଚ ବରାଦ ଉପରେ ମୋହର ଲାଗିଲା। ଉକ୍ତ ରାଶି ଖର୍ଚ୍ଚ ରାଶିର ୯୨ ଲକ୍ଷ ଟଙ୍କା ଏମସିଏଲ ଦେବ। ନୂଆ ସହର ଉନୟନ ଯୋଜନା ଅନୁମୋଦିତ ହୋଇଅଛି। ଏଥିନିମନ୍ତେ ଗୋଠପାଟଣା, ମଳିପଡ଼ା ଏବଂ ଦାଶପୁର ଅଞ୍ଚଳର ଆଠଶାହ ଏକର ଜମିକୁ ବି.ଡି.ଏ. ଏବଂ ସିଙ୍ଗାପୁର ର ଏ.ଏସ.ଜେ.ଆଇ. ଦ୍ୱାରା ଏହି ପ୍ରକଳ୍ପ କରାଯିବ। ଏଥିପାଇଁ ୧୩୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବା ଉପରେ କ୍ୟାବିନେଟରେ ଅନୁମୋଦିତ ହେଲା।

ବେପରୁଆ ଗାଡି ଚାଳକ ମାନଙ୍କ ପାଇଁ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ସ୍ୱୟଂ ଚାଳିତ ଚାଲାଣ କାଟିବାର ବ୍ୟବସ୍ଥା ପାଇଁ ନିଷ୍ପତି ନିୟାଗଲା। ବକେୟା ଚାଲାଣ ଗୁଡିକର “ୱାନ ଟାଇମ ସେଟେଲମେଣ୍ଟ” କରିବା ପାଇଁ କ୍ୟାବିନେଟ ରେ ନିଷ୍ପତି ନିୟାଗଲା। ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ତରଫରୁ ବିଡ଼ିଓ ମାନଙ୍କ ଅର୍ଥମଞ୍ଜୁରୀ କ୍ଷମତାକୁ ପାଞ୍ଚଗୁଣ ବୃଦ୍ଧି କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ନିୟଯାଇଅଛି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
