ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ କରି ରିଭ୍ୟୁ ମିଟିଙ୍ଗିରେ ଯୋଗ ଦେଲେ ମନ୍ତ୍ରୀ।
ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ମନ୍ତ୍ରୀ ରିଭ୍ୟୁ କରିଛନ୍ତି । ସେ କହିଛନ୍ତି ବିଜେପି ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଏବଂ ୧ ବର୍ଷରେ ରାଜ୍ୟ ସରକାରଙ୍କର ଯୁଗାନ୍ତ କାରୀ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି।
ନିର୍ବାଚନ ପୂର୍ବର ପ୍ରତିଶୃତି ରଖିଛନ୍ତି ମୋହନ ସରକାର।ସେ କହିଛନ୍ତି ଜଗନ୍ନାଥ ମନ୍ଦିର ର ଚାରିଦ୍ୱାର ଖୋଲିବା , ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା, ମହିଳା କଲ୍ୟାଣ ସୁଭଦ୍ରା ଯୋଜନା ଏବଂ ଆୟୁଷ୍ମାନ ଯୋଜନା ଠାରୁ ନେଇ ଓବିଶି ଙ୍କୁ ରିଜର୍ଭେସନ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ଆହୁରି ଅନେକ ଯୋଜନା ରହିଛି ଯାହା ସାଧାରଣ ଲୋକଙ୍କ ନିକଟରେ ପଂହଚାଇବା ଉପରେ ଆଜି ଏହି ବୈଠକ ରଖା ଯାଇଥିବା ନେଇ କହିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା।
ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।