ବଲାଙ୍ଗୀର୍ ଜିଲ୍ଲା ଖପ୍ରାଖୋଲ୍ ବ୍ଲକ ପଡ଼ିଆବାହାଲ୍ ପଞ୍ଚାୟତ ସାନଉଡେନ ଗ୍ରାମରେ ମହାଶିବରାତ୍ରି ଜାଗର ମେଳା ଚାରୀ ଦିନଧରି ଚାଲିରହିଥିଲା । ଏଠାରେ ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହରିନାମ ସଂକୀର୍ତନ୍ୟ ଧ୍ୱନିରେ ଚାରିଦିନ ଚାରିରାତି ପ୍ରକମ୍ପିତ ହେଉଥିଲା। ଅତି ଆନନ୍ଦ ଉଲ୍ଲାସ ହରେକୃଷ୍ଣ ହରେରାମ ନାମଜପ କରାଯାଇଥିଲା। ଗ୍ରାମର ସମସ୍ତ ମା, ମାଉସୀ, ଭଦ୍ରବ୍ୟକ୍ତି ସମସ୍ତେ ଏକଜୁଟ୍ ହୋଇ ଶିବରାତ୍ରି ଜାଗର ମେଳାକୁ ଆନନ୍ଦର ସହିତ ଉପଭୋଗ କରିଥିଲେ। ଅନ୍ୟ ଜିଲ୍ଲା ମାନଙ୍କରୁ ଆସିଥିବା ନାମସଂକୀର୍ତନ୍ୟ ଦଳ ଓ ଆଖପାଖ ଅଞ୍ଚଳରୁ ଆସିଥିବା କୀର୍ତନ୍ୟ ଦଳ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବିଦାୟକରାଯାଇଥିଲା। ପରେ ଗ୍ରାମର ସମସ୍ତ ମହିଳା ମାନଙ୍କଦ୍ୱାରା ସ୍ଥାପିତ କଳସ , ହୋମକୁଣ୍ଡ ଏବଂ ବିଗ୍ରହଙ୍କୁ ଗ୍ରାମର ନଦୀରେ ବିସର୍ଜନ କରାଯାଇଥିଲା।
ଖପ୍ରାଖୋଲ୍ ବ୍ଲକ ପଡ଼ିଆବାହାଲ୍ ପଞ୍ଚାୟତ ସାନଉଡେନ ଗ୍ରାମରେ ମହାଶିବରାତ୍ରି ଜାଗର ମେଳା
