ଖେଳ ଏବଂ ମ୍ୟୁଜିକ ସାମଗ୍ରୀ ର ହେରଫେର ଅଭିଯୋଗ

ପୁର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନର ଆଦିବାସୀ ଉନ୍ନୟନ ଅଧିକାରୀ ପ୍ରାୟ ୫ କୋଟି ଟଙ୍କା ହଡ଼ପ କରିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଅଛି।
ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ା ସହରର ହୋଟେଲ୍ କୈଳାଶ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକରା ଦେଇଥିଲେ ।

ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ପୁର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନର ଆଦିବାସୀ ଉନ୍ନୟନ ଅଧିକାରୀ ପି.ଏ. ଆଇ. ଟି. ଡି. ଏ. କୋଟି କୋଟି ଟଙ୍କା ଆଦିବାସୀ ମାନଙ୍କ ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର ନକରି ହଡ଼ପ କଲେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଶା ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଚୈରମ୍ୟାନ ପ୍ରଦୀପ ମାଝି ଓ ସମ୍ମାନୀତ ଅତିଥି ଭାବେ ପୁର୍ବତନ ରାୟଗଡା ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଚୈରମ୍ୟାନ ଅନୁଷୟା ମାଝୀ ଓ ପୁର୍ବତନ ଅନୁସୂଚିତ ଜାତି ଓ ଜନଜାତୀ ଜେବିନେଟ ମନ୍ତ୍ରୀ ଜଗନ୍ନାଥ ସାରାକା ଓ ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ମଞ୍ଚ ରେ ମଞ୍ଚସ୍ଥ ହୋଇଥିବା ଦେଖିବାକୁ ମିଳିଛି। ପ୍ରଦୀପ ମାଝି କହିବା ଅନୁଯାୟୀ ପୂର୍ବତନ ଜିଲ୍ଲାପାଳ ଓ ବର୍ତ୍ତମାନ ପି. ଏ. ଆଇ. ଟି. ଡି. ଏ. ଅଧିକାରୀ ଆଦିବାସୀ ମାନଙ୍କ ଖେଳ ସାମଗ୍ରୀ ଓ କଳା ସଂସ୍କୃତି ବିକାଶ ଓ ପୁନଃ ଉଦ୍ଧାର କରିବା ନିମନ୍ତେ ଗୀତ ବଜାଇବା (musical instruments) ସାମଗ୍ରୀ ଟଙ୍କା ଶସ୍ତା ଦରରେ କ୍ରୟ କରି ଅଧିକା ଦର ରେ ବିଲ ଦେଖାଇ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ଆଣିଛନ୍ତି। ଖେଳ ସାମଗ୍ରୀ ଓ musical instruments ଗୁଡିକ ଆଦିବାସୀ କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ କୁ ବଣ୍ଟନ ମଧ୍ୟ କରାଯାଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ଏହି ଘୋଟଲା ରେ ପୂର୍ବତନ ଜିଲ୍ଲାପାଳ ପାରୁଲ ପଟୱାରି ଓ ବର୍ତ୍ତମାନ ପି. ଏ. ଆଇ. ଟି. ଡି. E.ଚନ୍ଦ୍ରକାନ୍ତ ମାଝୀ ଏହି ସଂଶ୍ଳିଷ୍ଟ ରହିଥିଲେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ।
ରାୟଗଡାରୁ ମନରଞ୍ଜନ ଶତପଥୀ ଏବଂ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *