ଖ୍ରୀଷ୍ଟିଆନ କମ୍ୟୁନିଟି ଏବଂ ହିନ୍ଦୁ, ମୁସଲମାନ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକ ମାନଙ୍କର ରାଜଗାଙ୍ଗପୁର ରେ କୌଣସି ଭେଦ ଭାବ ନାହିଁ। ସମସ୍ତେ ଭାଇଚାରା ର ସମ୍ପର୍କ ରେ ରହିଛନ୍ତି। ବିଧାୟକ ସାରଦା ନାୟକ ଏକ ଖ୍ରୀଷ୍ଟିଆନ କମ୍ୟୁନିଟିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏହି ବାର୍ତ୍ତା କୁ ଦୋହରାଇଛନ୍ତି।
ରାଜଗାଙ୍ଗପୁର ଜଣାଶୁଣା ଟାଣୁଆ ବିଜେଡି ମହିଳା ନେତ୍ରୀ ଙ୍କ ପୁତୁରା ୟୋଗେନ ଟେଟେ ଙ୍କ “ଫାର୍ଷ୍ଟ ହୋଲି କମୁନିଅନ ” ଶୁଭେଚ୍ଛା ଅଭିନନ୍ଦନ ଓ ଆଶିର୍ବାଦ କାର୍ଯ୍ୟକ୍ରମ ରେ ରାଉରକେଲା ର ବିଧାୟକ ଶାରଦା ପ୍ରସାଦ ନାୟକ ଯୋଗଦାନ କରିଛନ୍ତି। ୟୋଗେନ ଟେଟେ ଙ୍କୁ ଶୁଭେଚ୍ଛା ଦେବା ସହ ଆଶିର୍ବାଦ ପ୍ରଦାନ କରିଥଲେ। ଉକ୍ତ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସେକ୍ଟର ୧୬ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେଉଥିଲା। ଏହିଅବସରେ ବିଜେଡି ର ରାଜ୍ୟ ସ୍ତରିୟ ଯୁବ ନେତା ବଇକୁଣ୍ଠ ନାୟକ,କୈଳାଶ ସାହୁ,ଶୁସିଲ ଲାକ୍ରା,ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନ, ବିମଳା ବାନାର୍ଜୀ, ସୁଭଦ୍ରା ଷଡ଼ଙ୍ଗୀ, ଜିତୁ ଦାସ,ନନେ ସାହାବୁଦିନ, ରାଜଗାଙ୍ଗପୁର ପ୍ରାକ୍ତନ ବିଧାୟକ ପାର୍ଥୀ ଅନିଲ ବରୁଆ, ଗୋୖତମ ମହାରଥୀ,ଏମ.ଡି. ନୈଶାଦ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଯୋଗଦାନ କରି ୟୋଗେନ ଟେଟେ ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଓ ଆଶିର୍ବାଦ ଦେଇଥିଲେ।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।