ଗଙ୍ଗୁଆ ବ୍ରିଜ ର ଆଖ ପାଖରେ ଆଜିକୁ ବର୍ଷେ ଉପରେ ହେବ ସମ୍ପଦ ବିଭାଗୀୟ ର ବେପରୁଆ

ପଳାଶୁଣୀ ବ୍ରିଜ ନିକଟସ୍ଥ ଗଙ୍ଗୁଆ ବ୍ରିଜ ର ଆଖ ପାଖରେ ଗୋଟିଏ ଦୁଇଟି ଦିନ ନୁହେଁ ଆଜିକୁ ବର୍ଷେ ଉପରେ ହେବ ଏ ରାଜ୍ୟ ଜଳ ସମ୍ପଦ ବିଭାଗୀୟ ଉଚ୍ଚ ପଦସ୍ତ ନଵନିଯୁକ୍ତ ଅଫିସ ଅଧିକାରୀ, ମୁଖ୍ୟ ମ୍ୟାନେଜର ମାନଙ୍କ ବେପରୁଆ ଆବଭାବ ମନମୁଖୀ ଏବଂ ଅପାରଗତା କାର୍ଯ୍ୟଦକ୍ଷତା ଶୈଳୀର ପରିଣାମ ଆଜି ଏଭଳି ଗ୍ରୀଷ୍ମ ପ୍ରଭାବରେ ଯେଉଁଠି ଦେଶ ତଥା ରାଜ୍ୟରେ ଜଳ ସ୍ତର ସବୁ ଆଡ଼େ ଖସୁଛି ଏବଂ ଏଥି ସହ ଅନେକ ରାଜ୍ୟରେ କିଭଳି ପାଣି ବୁନ୍ଦେ ପିଇବା ପାଇଁ କୋଷ କୋଷ ଦୂର ଯିବାକୁ ପଡୁଛି. ଯଦି ସେ ଦୃଶ୍ୟ ଆଉ ଏ ଦୃଶ୍ୟ ସାମ୍ନା କୁ ଆସେ ତେବେ ରାଜ୍ୟ ତଥା ଦେଶ ବାସୀ ଆଉ ଅନେକ ବୁଦ୍ଧିଜୀବୀ ମାନଙ୍କ ମନରେ କଣ ବିତୁଥିବ. ଯାହା ଏଭଳି ଦୃଶ୍ୟକୁ ବୟାନ କରାଯାଇ ନପାରେ ବା କମ ପଡିବ. ତେବେ ଏଦୃଶ୍ୟରେ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି ହୁଏ ଯେ କିଭଳି ସରକାର ଙ୍କ ବାବୁ ମାନେ ଏତେ ଦିନ ଧରି ଏଭଳି ଜଳ ନଷ୍ଟ ହୋଇ ଥିଲେ ମଧ୍ୟ ଧ୍ୟାନ କାହିଁକି. ଯାଉ ନାହିଁ ?କେଉଁଠି ବାଧକ ସାଜୁଛି ?

ସରକାର ଙ୍କ ଏପଟେ ବିଭିନ୍ନ ଜଳ ସମ୍ପଦ ରକ୍ଷା ପାଇଁ ଯୋଜନା ପରେ ଯୋଜନା, ରାସ୍ତା କାନ୍ଥ ବାଡ଼ ଅଫିସ ଗଣମାଧ୍ୟମ ପବ୍ଲିସିଟି ଫୁଲ କିନ୍ତୁ ପ୍ରକୃତ ଦୃଶ୍ୟ ପଟ ସର୍ଜମିନ ରେ ଅଲଗା ବୟାନ କରୁଛି.ଯେମିତି ଲାଗୁଛି ପ୍ରଚାର ପ୍ରସାର ଦିଗ ଗୋଟାଏ ଆଉ ବିନର ବ୍ୟୟ ଦିଗ ଗୋଟାଏ ଆଡ଼େ. କାହାରି କାହା ସଙ୍ଗେ ତାଳ ମେଳ ନାହିଁ. ବା ପରଦା ପଛରେ ଖେଳ ଅଲଗା ନୁହେଁତ ?

ଏତେ ଦିନ ବା ବର୍ଷ ଧରି ଏଭଳି ବିନର ବୟ ହେଉ ଥିଲେ ମଧ୍ୟ ଯେତେବେଳେ ସାଧାରଣ ଜନତାଙ୍କ ନଜର କୁ ଆସି ପାରୁଛି, ହେଲେ ଜଳ ସମ୍ପଦ ଅଧିକାରୀଙ୍କ ତତ୍ଵା ବଧାନରେ ରହି ଏଭଳି ବେପରୁଆ କେଉଁଥି ପାଇଁ କରି ଚାଲି ଛନ୍ତି.କାହିଁକି ଧ୍ୟାନ ଯାଉନାହିଁ.। ତେବେ ଦେଖିବାକୁ ବାକି ରହିଲା କେବେ ଏହାର ପୁନର ଉଦ୍ଧାର ମରାମତି ତଦା ରଖ ହେଉଛି.

Leave a Reply

Your email address will not be published. Required fields are marked *