ଗଞ୍ଜାମଝୋଡ଼ି ନିକଟରେ ଆମ୍ବୁଲାନ୍ସକୁ ୟକ ମାଲବାହି ରେଳ ଧକା ଦେଇଥିଲା। ଆମ୍ବୁଲାନ୍ସରେ ଆଶା ଦିଦି ସହ ଆଠ ଜଣ ରୋଗୀ ଥିଲ

ରାୟଗଡାରୁ କୋରାପୁଟ ଯାଉଥିବା କେ ଆର ରେଳ ଧାରଣାରେ ଗଞ୍ଜାମଝୋଡ଼ି ନିକଟରେ ଆମ୍ବୁଲାନ୍ସକୁ ୟକ ମାଲବାହି ରେଳ ଧକା ଦେଇଥିଲା। ଆମ୍ବୁଲାନ୍ସରେ ଆଶା ଦିଦି ସହ ଆଠ ଜଣ ରୋଗୀ ଥିଲେ। ରାୟଗଡା ଉପକଣ୍ଠରୁ କୋରାପୁଟ ଯାଉଥିବା ଅନନ୍ତ ଚକ୍ଷୁ ଆମ୍ବୁଲାନ୍ସ ଟ୍ରେନ୍ ସହ ଧକ୍କା ହୋଇଥିଲା। କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରୋଗୀମାନେ। ଆମ୍ବୁଲାନ୍ସଟି କଲ୍ୟାଣସିଂହପୁର ବ୍ଲକ ଶିକାରପାଇ ପଞ୍ଚାୟତର କାଣିପାଇଁ ଗଞ୍ଜୋମଝୋଡ଼ି, ବେତାଳଙ୍ଗ ଓ ଝାକର ଗ୍ରାମରୁ ଆଖି ଅପେରସନ ପାଇଁ ରୋଗୀମାନଙ୍କୁ ଅନନ୍ତ ଚକ୍ଷୁ ହସ୍ପିଟାଲକୁ ନେଉଥିଲା। ଶିକାରପାଇ ଓ ଭାଲୁମାସ୍କା ମଝିରେ ଥିବା ରେଳଧାରଣାରେ ଆମ୍ବୁଲାନ୍ସଟି ୟକ ମାଲବାହି ଟ୍ରେନ ସହିତ ଧକ୍କା ହୋଇଥିଲା। ଟ୍ରେନଟି ଆମ୍ବୁଲାନ୍ସକୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା l ଆମ୍ବୁଲାନ୍ସରେ ଜଣେ ଚାଳକ ଜଣେ ଆଶା ଦିଦି ଓ ରୋଗୀ ଆଠଜଣ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଟ୍ରେନ୍ ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁଁ ବ୍ରେକ ମାରିବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତୀ ଯାଇଛି l ସୂଚନା ଯୋଗ୍ୟ ଯେ ଏହି ଜାଗାରେ ତିନିଥରରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଛି l
ରାୟଗଡ଼ାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *