ବିଶ୍ୱ ମହିଳା ଦିବସକୁ ଦୃଷ୍ଟିରେ ରଖି, “ଗଞ୍ଜାମ ମହିଳା କ୍ରିକେଟ ସଂଘ” ତରଫରୁ “ଆଲଫା ସ୍ପୋର୍ଟିଙ୍ଗ କ୍ଲବ” ସହଯୋଗରେ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ ମହିଳା କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ୱାମେନ କ୍ରିକେଟ ଏସୋସିଏସନ ୧୩ ରନରେ ଦଳ ବିଜୟୀ ଏବଂ ପୁରୀ ଦଳ ରନରସ୍ ଅପ ଭାବେ ପୁରସ୍କୃତ ହୋଇଥିଲେ । ସେହି ପରି ଓମେନ ଅଫ ଦି ମ୍ୟାଚ୍ ଓ ଶ୍ରେଷ୍ଠ ବୋଲୋର ଭାବେ ସୋମି ମଜୁମଦାର ଏବଂ ବେଷ୍ଟ ବ୍ୟାଟସ ଓମେନ ଭାବେ ଅଭିଲିପ୍ସାଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା ।ସଂଘ ସଭାନେତ୍ରୀ ନିବେଦିତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନ୍ଧୁତ୍ୱ ପୂର୍ଣ୍ଣ ଟୁରନାମେଣ୍ଟରେ ଅତିଥି ରୂପେ ମହାନଗର ନଗର୍ ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା,ଉପଦେଷ୍ଟା ସୁଶାନ୍ତ କୁମାର ସାବତ, ବୈଦ୍ୟନାଥପୁର ଥାନା ଅଧିକାରୀ ସୁମିତ୍ରା ପରିଡା ଅତିଥିଭାବେ ଯୋଗଦେଇଥିଲେ। ନାରୀ ନେତ୍ରୀ ଶ୍ୱେତା ପ୍ରଜ୍ଞା, ମିନା ଦାନସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଦେବହରି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ସଂଘ ସଭାପତି ସୁଶାନ୍ତ ସାବତ, ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତି ପ୍ରଭା ଦେବି, ଅଲଫା କ୍ଲବ ସମ୍ପାଦକ ବିଜୟ ଭାସ୍କର ସିଂ, ଜେଡ଼ିର ଏମଡି ଆଶିଷ ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ lପୂର୍ବତନ ଖେଳାଳୀ ଜୟଶ୍ରୀ ପାଣିଗ୍ରାହୀ, ଇନ୍ଦ୍ରାଣୀ ସାବତ, ଶର୍ମିଲା ସାହୁ, ପିନାକୀ ରୁଦ୍ର ପ୍ରଧାନ, ମଧୁସୂଦନ ସାହୁ,ସୁଶୀଳା ମଲିକ,ଶ୍ଵେତା ପ୍ରଜ୍ଞା ପଟନାୟକ, ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଦେବସ୍ମିତା ଜେନା, ପ୍ରଭାସିନୀ ପଣ୍ଡା , ଅସ୍ମିତା ମହାନ୍ତି, ସାଧନା ପାଢ଼ୀ, ଉଷାରାଣୀ ମହାପାତ୍ର, ପୁରୀ ଦଳର ମ୍ୟାନେଜର ରାଜଲକ୍ଷ୍ମୀ ଦାସ , ସୁନୀତା ମିଶ୍ର, ଅମର ନୃସିଂହ ପଟ୍ଟନାୟକ, ସଂଘ ସମ୍ପାଦିକା ପ୍ରିତିରାଣି ମହଲା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ସନରାଇଜ ଓ ରେନବୋ ସ୍କୁଲର ଛାତ୍ର ଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ l
ଗଞ୍ଜାମରୁ ଫଟୋ ନ୍ୟୁଜର ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ୍।
ଗଞ୍ଜାମ ମହିଳା କ୍ରିକେଟ ଏସୋସିଏୟସନ ବିଜୟୀ ।
