କୁଡୁତୁଲି ପଞ୍ଚାୟତ ରେ ପୋଡ଼ାଗଲା ୪୭ ଏକର ଗଞ୍ଜେଇ ଗଛ। ଏହା ଏକ ଅବକାରୀ ଏବଂ ପୋଲିସ ବିଭାଗର ବିଫଳତାକୁ ପ୍ରମାଣ କରୁଅଛି। ବାସ୍ତବ କ୍ଷେତ୍ରରେ ଗଞ୍ଜେଇ ମାଫିଆଙ୍କ ସହିତ ପୋଲିସ ବିଭାଗ ଏବଂ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଏହା ସମ୍ଭବ ହୋଇପାରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ପୁଲିସ ଓ ବାଲିଗୁଡା ଅବକାରୀ ବିଭାଗର ମିଳିତ ଚଢ଼ଉ କରି ୪୭ ଏକର ଗଞ୍ଜେଇ ଗଛ କୁ ପୋଡ଼ି ନଷ୍ଟ କରିଛି ।

ପ୍ରକାଶ ଯେ, କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକାର ଗାଁ, ବୁଡ଼ାବାଲି ଜଙ୍ଗଲରେ ବେଆଇନ ଭାବେ ଚାଷ କରାଯାଇଥିବା ୪୭ ଏକର ଜମି ରେ ଗଞ୍ଜେଇ ଚାଷ କରାଯାଇଥିବା ବିଷୟ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରି ଉକ୍ତ ଗଞ୍ଜେଇ ଗଛକୁ ଜାଳି ପୋଡ଼ି ନଷ୍ଟ କରିଥିଲେ ।

ଏହି ଗଞ୍ଜେଇ ଗଛ କଟା ଅଭିଯାନରେ କ. ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା, ଏସଆଇ ଅଶୋକ କୁମାର ତ୍ରିପାଠି, ସୁରେନ୍ଦ୍ର ରାଜହଂସ, ଅବକାରୀ ଏସ ଆଇ ସୁମିତ୍ରା ଦଳାଇଙ୍କ ସମେତ ସମସ୍ତ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ ।

ଏହା ଆମର “We State You Investigate” ନ୍ୟୁଜ ସେଗମେଣ୍ଟ। ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାରେ ବହୁ ଧନିବ୍ୟକ୍ତି ଯଥା ହୋମିଓପାତି ଡାକ୍ତର, କୁଜିନେତା ଏବଂ ନିଚସ୍ୱାର୍ଥ ବ୍ୟକ୍ତି ମାନଙ୍କ ଦ୍ୱାରା ଆଦିବାସୀ ଏବଂ ଗରିବ ଗ୍ରାମବାସୀଙ୍କୁ ଢାଲ କରି ସହସହ ଏକର ଗଞ୍ଜେଇ ଚାଷ ହେଉଅଛି। ଏହାର ପ୍ରଭାବ ଯୋଗୁଁ ଯୁବପିଢ଼ି ଦିଗହରା ହେଉଛନ୍ତି। ଏହାର ଉଚସ୍ତରୀୟ ତଦନ୍ତ ଏବଂ ଚଢ଼ାଉ କରିବାର ଆବଶ୍ୟକତା ଅଛି।
ଫୁଲବାଣୀରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
