ଗରିବଙ୍କ ଦୀପାବଳି ପାଇଁ ଅଘଟଣ

ବୌଦ୍ଧ ଜିଲ୍ଲାରେ ଅଘଟଣ। କିଆଁ କଟା ରେ ଘରେ ଶୋଇଥିବା ବେଳେ ମାଡ଼ି ବସିଲା ଘର ର କାନ୍ଥ। ଗୁରୁତର ହେଲେ ରାଜେନ୍ଦ୍ର ବେହେରା, ଗୁରୁତର ଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କିଆଁକଟା ଗ୍ରାମରେ। ସୂଚନା ଥାଉ କି ଗତ 21 ତାରିଖରେ ଘଟିଥିବା ବଡ଼ ଧରଣର ଭୟଙ୍କର ବାଣ ବିସ୍ଫୋରଣ କାରଣରୁ ଘର କାନ୍ଥ ଦୁର୍ବଳ ଥିବା ଯୋଗୁଁ ଘର ଭାଙ୍ଗିଯାଇଛି। ଏହି ଅଘଟଣରେ ସରକାର କେବଳ ଜାରିପାଲ ଖଣ୍ଡିଏ ଦେଇଛନ୍ତି। ବାକିସବୁ ଖାଇଗଲେ ସରକାରୀ ବାବୁ ଏବଂ କୁଜିନେତା। ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ବାଣ ବିସ୍ପୋରଣ ଘଟଣା ଗ୍ରାମବାସୀ ଙ୍କୁ ମନରୁ ଲିଭିନଥିବା ବେଳେ ପୁଣି କାନ୍ଥ ଭୁଶୁଡି ଜଣେ ଗୁରୁତର ଘଟଣା ଅଞ୍ଚଳ ବାସୀଙ୍କୁ ଦୁଃଖଦ ଆଣି ଦେଇଛି।
GRIL ର ରେଳ ଠିକା ସଂସ୍ଥା ରେ କାମ କରୁଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁରେଳ ଠିକାସଂସ୍ଥା GRIL ର କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ମଧ୍ୟପ୍ରଦେଶ ରାଜ୍ୟ ସିଦ୍ଧି ଜିଲ୍ଲା ଖୁଚିପୁର ଗ୍ରାମର ରାଜ ପ୍ରସାଦ ଶର୍ମା । ମୃତ୍ୟୁ ର କାରଣ ଅସ୍ପଷ୍ଟ । ମୃତକ ଙ୍କୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଦେଇ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଦ୍ରୁତଗତି ରେ ନିର୍ମାଣ ଚାଲିଛି । ରେଳପଥ ନିର୍ମାଣ କରୁଥିବା ଠିକାସଂସ୍ଥା ଗୁଡିକ ଶ୍ରମିକ ସୁରକ୍ଷା ନିୟମ କୁ ମାନୁ ନାହାଁନ୍ତି । ଯାହାଫଳରେ ବାଜି ରେ ଲାଗୁଛି ଶ୍ରମିକ ଙ୍କ ଜୀବନ । କେତେବେଳେ ଉଚ୍ଚ ବ୍ରିଜ ରେ ବିନା ସୁରକ୍ଷାକବଚ ରେ କାର୍ଯ୍ୟ କରୁଛନ୍ତି ତ ଆଉ କେଉଁଠି ଶ୍ରମିକଙ୍କ ଜୀବନ ବଳି ପଡୁଛି। ସରକାରୀ ତଦନ୍ତ ହେଲେ ନିରୀହ ଶ୍ରମିକ ଟିଏ ତାର ହକ ପାଇବ।
ବୌଦ୍ଧରୁ ସୁଧାଂଶୁ ଶେଖର ମିଶ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *