ଗାଡିଧକା କେବଳ ଚାଳକର ତ୍ରୁଟି ଯୋଗୁଁ ହେଇନଥାଏ

ଗାଡିଧକା କେବଳ ଚାଳକର ତ୍ରୁଟି ଯୋଗୁଁ ହେଇନଥାଏ। ଅଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ଇଣ୍ଡଷ୍ଟ୍ରି ଏବଂ ଏଠାକୁ କଞ୍ଚାମାଲ ଆଣୁଥିବା ଭାରୀଯାନର ବେପରୁଆ ପ୍ରାକିଙ୍ଗ ଯୋଗୁଁ ହେଇଥାଏ। ଏହି ଅନିୟମିତ ପ୍ରାକିଙ୍ଗ ପାଇଁ ପୋଲିସ ଏବଂ ଟ୍ରାଫିକ ପୋଲିସ ଲାଞ୍ଚ ନେଇଥାନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଅଛି। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ଟ୍ରାଫିକ ପୋଷ୍ଟ”। ଆମେ ଏହା ମାଧ୍ୟମରେ ଅପରାଧ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଅଛୁ।
ରାଜଗାଙ୍ଗପୁର ଅଜଣା ଗାଡ଼ି ଧକ୍କାରେ ମହିଳା ଗୁରୁତର। ରାଜଗାଙ୍ଗପୁର ଥାନା ଅଧିକାରୀ ଜାମପାଲି ହରିଜନ ପଡା ଗ୍ରାମ ର ଅମିନା ମିଞ୍ଜ କାର୍ଯ୍ୟ ସାରି ସାଇକେଲରେ ନିଜ ଘରକୁ ଫେରୁଥିବା ସମୟରେ ଜାମପାଲି ହରିଜନ ପଡା ମୁଖ୍ୟ ରାସ୍ତା ରେ ହଠାତ୍ ଅଜଣା ଗାଡ଼ି ଧକ୍କା ଦେବାରୁ ସାଇକେଲ ସହ ରାସ୍ତା ରେ ଛିଟିକି ପଡ଼ିବା ଦେଖି ସ୍ଥାନୀୟ ବାସିନ୍ଦାମାନେ ଅମିତାକୁ ଉଧାର କରି ନିକଟସ୍ଥ କ୍ଲିନିକ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରି ପୁନଶ୍ଚ ସ୍କୁଟିରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଙ୍କ ପରାମର୍ଶ ରେ ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା। ଅଜଣା ଗାଡ଼ି ସମ୍ବନ୍ଧରେ କୈାଣସି ସୁଚନା ମିଳିପାରିନଥିଲା ବେଳେ ତଦନ୍ତ ଜାରି ରହିଛି।

ରାଜଗାଙ୍ଗପୁର ସହର ର ମାଟି ଗେଟ୍ ଓ ରାଣିବନ୍ଧ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵରେ ଭାରି ଯାନ ରହଣି ଯୋଗୁ ଜନସାଧାରଣ ଅତିଷ୍ଠ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ମାଟି ଗେଟ୍ ରାଜଗାଙ୍ଗପୁର ସହର ଏବଂ ରାଉରକେଲା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ଡାଲମିଆ ସିମେଣ୍ଟ କାରଖାନା କୁ ଆସୁଥିବା ବିଭିନ୍ନ କଞ୍ଚା ମାଳ ଓ ସିମେଣ୍ଟ ପରିବହନ କରା ରାସ୍ତା ର ଉଭୟ ପାର୍ଶ୍ଵରେ ଭାରି ଯାନ ରହଣି ଯୋଗୁ ଜନସାଧାରଣ ଲୋକେ, ବସ୍ ଆମ୍ବୁଲାନ୍ସ ସେବା ଓ ସ୍କୁଲ କଲେଜ ଯାଉଥିବା ଛାତ୍ର ଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଉକ୍ତ ସ୍ଥାନରେ ଭାରି ଯାନ ରହଣି ଯୋଗୁ ବିଭିନ୍ନ ସମୟରେ ଡ୍ରାଇଭର ର ଅସାବଧାନତା ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ହାନି ହେଇଥିବା ପୁର୍ବରୁ ଅଭିଯୋଗ ହେଉଛି। ଡାଲମିଆ ସୁରକ୍ଷା ଅଧିକାରୀ, ପୋଲିସ ପ୍ରସାଶନ, ପୈରପାଳିକା ଚେୟାରମେନ, ଟ୍ରକ ମାଲିକ ସଂଘ, ସ୍ଥାନୀୟ କାଉନସିଲର ଓ ସାଧାରଣ ନାଗରିକ ମଧ୍ୟରେ ଆଲୋଚନା କରି କିଛି ଦିନ ଭାରି ଯାନ ରହଣି ବନ୍ଦ ହୋଇଥିଲା। ପୁନଶ୍ଚ ସେଇ ସମସ୍ୟା ସୃଷ୍ଟି ହେଉଛି ।ଭାରି ଯାନ ରହଣି ଯୋଗୁ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ଯୋଗୁ ଜନସାଧାରଣ ଲୋକେ ବିଦ୍ୟୁତ୍ ସେବା ରୁ ବଞ୍ଚିତ ହେଉଛନ୍ତି। ଉକ୍ତ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ମହଲରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ସାଧାରଣ ନାଗରିକ ଦାବି ଜଣାଇଛନ୍ତି।
ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *