ଗୁଡ଼ାରୀ ଥାନାରେ ଆମ ପୋଲିସ ସମ୍ପର୍କ ସଚେତନତା ବୈଠକ ଅନୁଷ୍ଠିତ।

ଏହି ଥାନା ହେଉଛି ଆଦିବାସୀ ଅଞ୍ଚଳର ଅଟେ। ଏଠାକାର ଅଧିବାସୀ ମାନେ ଥାନାକୁ ଯିବାପାଇଁ ମାଧ୍ୟମ ଖୋଜନ୍ତି। ଏମାନେ ଆଇନ କାନୁନ ପ୍ରତି ସଚେତନ ନୁହନ୍ତି। ଗୁଡାରି ପୋଲିସର ଅଭିପ୍ରାୟ ଏହିକି ଯେ ଅଞ୍ଚଳ ବାସୀଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ଏବଂ ନିୟମ କାନୁନ ସମ୍ପର୍କରେ ସଚେତନ କରାଇବା। ଏହା ଏକ ଭଲ ଖବର।
ରାୟଗଡା ଜିଲ୍ଲା ଗୁଡ଼ାରୀ ଥାନା ପରିସରରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ ଙ୍କ ତତ୍ୱାବଧାନରେ ଗୁଡ଼ାରୀ ସଦର ବ୍ୟକ୍ତି ମାନଙ୍କୁ ନେଇ “ଆମ ପୋଲିସ” ସମିତି ତରଫରୁ ଜନ ସମ୍ପର୍କ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗୁଡ଼ାରୀ ଥାନା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ, ଏସ.ଆଇ. ସଞ୍ଜୟ ଛତ୍ର, ଏ.ଏସ.ଆଇ. ପି. ଶ୍ୟାମ ସୁନ୍ଦର ରାଓଙ୍କ ଉପସ୍ଥିତରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରଖିବା, ସର୍ବସାଧାରଣରେ ଦୂରତା ଏବଂ ମଧ୍ୟସ୍ଥି ବିହୀନ ସିଧା ସଳଖ ପୋଲିସ ସହିତ ଯୋଗାଯୋଗ କରିବା ନିମନ୍ତେ ଥାନା ପକ୍ଷରୁ ପ୍ରୟାସ ଜାରି ରହିଛି। ଅନ୍ଧ ବିଶ୍ୱାସର ବଶୀଭୂତ ହୋଇ ଗୁଣି ଗାରେଡି ସନ୍ଧେହରେ ଅମାନୁଷିକ ଭାବେ ହତ୍ୟା କରି ଆଇନକୁ ହାତକୁ ନେବା ଠାରୁ ଦୁରେଇ ରହିବା। ମଟର ସାଇକେଲ ଚଳାଇବା ବେଳେ ସଦାସର୍ବଦା ହେଲମେଟ ବ୍ୟବହାର କରି ନିଜର ଜୀବନ ରକ୍ଷା କରିବା ସହିତ ପରିବାରକୁ ସୁରକ୍ଷା ଦେବା। ସର୍ବଦା ପରିବେଶ ସଫା ସୁତୁରା ରଖିବା। ସହର ମଧ୍ୟରେ ଦ୍ରୁତଗାମୀ ଗାଡ଼ି ଚାଳନା ରୋକିବା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ।

ଏହି ପରିପ୍ରେକ୍ଷୀରେ ପୌର ଉପାଧ୍ୟକ୍ଷ ବି.ୟୋଗେଶ୍ୱର ଯୋଗ ଦେଇଥିବା ବେଳେ କେ.ରାମକ୍ରୀଷ୍ଣା, ସନ୍ତୋଷ ମହାନ୍ତି, ପେଦିନା ରମେଶ, ଗୌରୀ ଶଙ୍କର ମିଶ୍ର, ରଞ୍ଜନ କୁମାର ରଥ, ସମେତ କାଉନସିଲର, ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ଆରକ୍ଷୀ ଓ ଗୃହରକ୍ଷୀ ମାନେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଗୁଡ଼ାରୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ସଚେତନତା କରାଯିବ ବୋଲି ସୂଚନା ମିଳିଛି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *