ଗୁଣପୁର ଏସ ପି ଗୁଡା ଛକ ଠାରେ ଚକା ଜାମ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ

ଚଳିତ ମାସ 17 07 2025 ତାରିଖ ଦିନ ମିଳିତ ବାମପନ୍ଥୀ ଦଳ ତରଫରୁ ଓଡିଶା ବଦଂ ପାଳନ କରିବା ଅବସରରେ ସିପିଆଇ (ଏମ୍ଏଲ) ଲିବରେସନ ଓ ସିପିଆଇ (ଏମ୍ଏଲ) ଏନ ଡି ତରଫରୁ ଗୁଣପୁର ଏସ ପି ଗୁଡା ଛକ ଠାରେ ଚକା ଜାମ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଫକୀର ମୋହନ ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟା ଶ୍ରୀ ଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରବ ଆତ୍ମାହୁତି ଲାଗି ଉଦ୍ୟମ କରିଥିଲେ, ଫଳରେ ତାଙ୍କ ଦେହରେ ୯୫% ଭାଗ ପୋଡି ଯାଇଥିଲା ଓ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତର ଖାନା କୁ ଅଣାଯାଇଥିଲା।


ଗତକାଲି ତା ୧୪/୭/୨୫ ରେ ଡାକ୍ତର ଖାନା ପକ୍ଷରୁ ରାତ୍ର ୧୧. ୪୬ ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଘୋଷଣା କରାଗଲା। କଲେଜ ର ସହକାରୀ ପ୍ରାଧ୍ୟାପକ ସମୀର କୁମାର ସାହୁ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ଯୌନ୍ୟ ଶୋଷଣ ଲାଗି ବାଧ୍ୟ କରୁଥିଲେ।


ସୌମ୍ୟାଶ୍ରୀ ଏହାର ପ୍ରତିବାଦ କରି ଅଧ୍ୟକ୍ଷ, କଲେଜ ର ଅଭ୍ୟନରିଣ୍ୟ ଅଭିଯୋଗ କମିଟି, ସ୍ଥାନୀୟ ବିଧାୟକ, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରି, କେନ୍ଦ୍ର ଶିକ୍ଷା ମନ୍ତ୍ରି, ମୁଖ୍ୟ ମନ୍ତ୍ରୀ ସମସ୍ତଙ୍କୁ ଜଣାଇଥିଲେବି କେହି ସୁରକ୍ଷା ଦେଇ ପାରିଲେ ନାହିଁ।ଘଟଣାଦିନ ଅଧକ୍ଷ ସୁରକ୍ଷା ଦେବା ପରିଵର୍ତ୍ତେ ମୁଖ୍ୟ ଅଭିଯୁକ୍ତସହକାରୀ ପ୍ରଧାପକ ଙ୍କ ସହ ବୁଝାମଣା କରିବାଲାଗିଚାପ ଦେଲେ।ନ୍ୟାୟ ନ ପାଇ ମାନସିକ ଭରସାମ୍ୟ ହରାଇ ସୌମ୍ୟା ଶ୍ରୀ ବିଶି ଅଧକ୍ଷ ଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହୁତି ଭଳି ଦୁଃଖଦ ପଦପେକ୍ଷ ନେବାକୁ ବାଧ୍ୟ ହେଲେ। ସୌମ୍ୟା ଶ୍ରୀ ଏବିଭିପି ର ଆଗଧାଡିର ସଭ୍ୟା।ଓଡିଶା ରେ ଆଇନ ର ଶୃଙ୍ଖଳା ଭୁସୁଡ଼ି ପଡିବା, ନାରୀ ନିର୍ଯ୍ୟାତନା ଓ କର୍ପୋରେଟ ଲ୍ଲୁଣ୍ଠନ ବଢ଼ି ବଢ଼ି ଚାଲିଛି ଏହା ବିରୁଦ୍ଧରେ କରିବା ସହ ଘଟଣାର ନ୍ୟାୟିକା ତଦନ୍ତ କରିବା, ନୈତିକ ଦୃଷ୍ଟିରୁ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ବର ସାଂସଦ ଓ ବାଲେଶ୍ଵର ବିଧାୟକ ଇସ୍ତଫା ଦେବା, ସାଂସଦ, ବିଧାୟକ, ଜିଲ୍ଲାପାଳ, ଏବଂ ଏସ ପି କୁ ପରିସର ଭୁକ୍ତ କରିବା, ପାଇଁ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି, ବୁଦ୍ଧ ଦେବ ଶବର ଦାବି କରିଛନ୍ତି। ରାୟଗଡା ରୁ ସନ୍ତୋଷ ସାହୁଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *