ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ‘ ଟ୍ରାଫିକ ପୋଷ୍ଟ’ । ଏହି ସେଗମେଣ୍ଟ ଟି କ୍ରାଇମ କମାଇବା ପାଇଁ ଏକ ପ୍ରୟାସ ମାତ୍ର। ଛୋଟ ଛୋଟ ଭୁଲ ପାଇଁ ଅପ୍ରାପ୍ତ ବୟସ୍କ ପିଲାମାନେ ବଡ ବଡ କ୍ରାଇମ କରିଥାନ୍ତି। ସେ ପୁଣି ପ୍ରାପ୍ତ ବୟସ୍କ ଲୋକମାନଙ୍କ ସହ ମିଶିକରି। ବାସ୍ତବରେ ପିଲାମାନେ ବଡ ମାନଙ୍କ ଠାରୁ ଯେଉଁଭଳି ଉପଦେଶ ପାଆନ୍ତି, ସେ ଭଲ ହେଉ କି ଖରାପ ତାହାକୁ ବାସ୍ତବ ରୂପ ଦିଅନ୍ତି। ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁରରେ।
ଗଣ ବଳାତ୍କାର ମାମଲାରେ ୬ ଜଣ ବୟସ୍କଙ୍କୁ ଏବଂ ୪ ଜଣ ନାବାଳକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ଯରୁ ୪ ଜଣ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟରେ ଏବଂ ୬ ଜଣକୁ କୋର୍ଟରେ ପୋଲିସ ହାଜର କରିଛନ୍ତି। ଏହା ଥିଲା ଆମର ଗତକାଲିର ନ୍ୟୁଜ।
ଗୋପାଳପୁର ବେଳାଭୂମିରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଜେନା, ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଓ ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପରିଦର୍ଶନ କରି ପ୍ରମାଣ ସଂଗ୍ରହ କରିବା ସହ ସମସ୍ତ ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି। ବେଳାଭୂମିରେ ଆଲୋକିକରଣ ଓ ନବୀକରଣ କରାଯିବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଥି ସହିତ ବେଳାଭୂମି ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବୃଦ୍ଧି କରିବାକୁ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଗଞ୍ଜାମ ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ।
ବୟସ୍କଙ୍କ ପ୍ରବୋଚନାରେ ଅପ୍ରାପ୍ତ ବୟସ୍କ ମାନେ ବଡ ବଡ କ୍ରାଇମ୍ କରିଥାନ୍ତି