ଗ୍ରାମସଭା ଏକ ଶ୍ୱେତପତ୍ର

ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଆଦିବାସୀ ବିକାଶ ନୂତନ କର୍ମଯୋଗୀ ଯୋଜନା ସମ୍ବନ୍ଧରେ ଗ୍ରାମସଭା ଅନୁଷ୍ଠିତ। ଗ୍ରାମସଭା ଏକ ଶ୍ୱେତ ପତ୍ର, ଯାହାକି ସରକାରୀ ଯୋଜନା ଗୁଡିକର ରୂପରେଖ ଗ୍ରାମବାସୀଙ୍କ ନିକଟରେ ପହଂଚାଇଥାଏ। ଏହାଦ୍ୱାରା ଗ୍ରାମବାସୀମାନେ ସମସ୍ତ ସରକାରୀ ଯୋଜନା ଏବଂ ସରକାରଙ୍କ ତରଫରୁ ବିଭାଗୀୟ ଅଧିକାରୀ ଏବଂ ସେମାନଙ୍କର ମୌଳିକ ସୁବିଧା ସମ୍ପର୍କରେ ଅବଗତ ହୋଇଥାନ୍ତି।


ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ଝଗରପୁର ଅଗଂନବାଡି କେନ୍ଦ୍ର ଓ ଲାଇଗଂ ଆଦି ସେବା କେନ୍ଦ୍ର ଠାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ବିକାଶ , ପ୍ରଗତି, ଉନ୍ନତି ମହିଳା ସଶକ୍ତିକରଣ, ରାସ୍ତା ଘାଟ, ଜଳାଶୟ, ବିଶୁଦ୍ଧ ପାନୀୟ ଜଳର ସୁବିଧା, ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟ ସେବା ଓ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଗ୍ରାମସଭା ଅନୁଷ୍ଠିତ କରାଯାଇଅଛି। ଗ୍ରାମବାସୀ ଙ୍କ ଅଭିଯୋଗ, ସମସ୍ୟା ସମ୍ବନ୍ଧରେ ସିଧାସଳଖ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ଉପସ୍ଥିତ ସରକାରୀ ଅଧିକାରୀ ଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଉକ୍ତ ଗ୍ରାମସଭା ରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ବିଭାଗ ଅନୁଧ୍ୟାନ କମିଟି ସଦସ୍ୟ ନିଖିଳ ଖଟକର ରାଜ୍ୟ ଆଦିବାସୀ ବିଭାଗ ପକ୍ଷରୁ ଆଇଟିଡିଏ ନିର୍ଦ୍ଦେଶକ ଧିରେନ୍ଦ୍ର ସେଠି, ରାଜଗାଙ୍ଗପୁର ବିଡ଼ିଓ ଅକ୍ଷୟ କୁମାର ବାଗ, WEO ପୂଜା ସାହୁ, ବିଧାୟକ ବ୍ଳକ ପ୍ରତିନିଧି ଅରୁଣ ସାମଳ, ଝଗରପୁର ସରପଞ୍ଚ ଲଳିତ ଲାକ୍ରା ଓ ବହୁ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଆଦି କର୍ମ ଯୋଜନା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମସ।

 

Leave a Reply

Your email address will not be published. Required fields are marked *