ଘଟଗାଁ ତାରିଣୀ ପୀଠରେ ନୂଆବର୍ଷ

 

ଇଂରାଜୀ ନବ ବର୍ଷରେ ଘଟଗାଁ ତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼।
ଆଜି ଇଂରାଜୀ ନବ ବର୍ଷ ୨୦୨୫କୁ ବିଦାୟ ଦେଇ ୨୦୨୬କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ | ତେବେ ଦେବା ଦେବୀଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କଲେ ବର୍ଷଟି ଭଲରେ କଟିଥାଏ ବୋଲି ମନରେ ବିଶ୍ବାସ ରଖି ଆଜି ରାଜ୍ୟ ତଥା ରାଜ୍ୟ ବାହାରର ଦେବା ଦେବୀ ପୀଠ ଗୁଡିକରେ ଭକ୍ତଙ୍କ ସୁଅ ଦେଖିବାକୁ ମିଳୁଥିବା ବେଳେ ଏଥିରୁ ବାଦ୍ ପଡିନି ଘଟଗାଁ ମା ତାରିଣୀ ମନ୍ଦିର |

ମାଙ୍କୁ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବା ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ଘଟଗାଁ ମା ତାରିଣୀଙ୍କ ପୀଠରେ | ସକାଳୁ ସକାଳୁ ମାଙ୍କର ସେବାୟତ ମାନେ ମାଙ୍କର ଯଥା ରିତିକାନ୍ତିରେ ପୂଜା ନିତିକାନ୍ତି ସମାପନ କରି ମା’ଙ୍କୁ ସୁନା ବେଶରେ ସଜ୍ଜିତ କରି ଭୋରୁ ୫ଟାରେ ମନ୍ଦିର ପହଡ ଖୋଲିଥିଲେ । ପହଡ଼ ଖୋଲିବା ପରେ ମାଙ୍କର ଦୁଲ୍ଲଭ ସୁନା ବେଶକୁ ଦର୍ଶନ କରି ବର୍ଷ ଆରମ୍ଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି |
ଘଟଗାଁ ରୁ ମନୋଜ କୁମାର ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *