ଆମର ଏହି ନ୍ୟୁଜ ସେଗମେଣ୍ଟର ନାମ ହେଉଛି “ଭଲ ଖବର, କିନ୍ତୁ ବାସ୍ତବତା ଠାରୁ ଦୁରେଇ ଯିବନି ତ!”
ଦେୱାନୀ ତଥା ପ୍ରଥମ ଶ୍ରେଣୀ ବିଚାର ପତିଙ୍କ ଅଦାଲତ ଉଦ୍ଘାଟନ ହୋଇଅଛି।
ଘଟଗାଁ ହାଟ ପଡିଆ ନିକଟରେ ଥିବା ଦେୱାନୀ ତଥା ପ୍ରଥମ ଶ୍ରେଣୀର ବିଚାର ପତିଙ୍କ ଅଦାଲତ ସକାଳ ୯.୪୫ ମିନିଟ ସମୟରେ ଭିଡ଼ିଓ କନ୍ଫରେସନ ମାଧ୍ୟମରେ ଉଦ୍ଘାଟିତ ହୋଇ ଯାଇଛି।ଏହି ସିଭିଲ କୋଟ ଉଦ୍ଘାଟନରେ କେନ୍ଦୁଝର ଜିଲ୍ଲାର ମୁଖ୍ୟ ବିଚାର ପତି ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଘଟଗାଁ ଜେ. ମ୍.ଏଫ.ସି କୋର୍ଟ ବିଚାର ପତି ଶ୍ରୀ ଅଭିନାଶ ନନ୍ଦ,କେନ୍ଦୁଝର କୋର୍ଟ ର ରେଜିଷ୍ଟାର ସୁଚେତା କୃପାଳିନୀ,କେନ୍ଦୁଝର କୋର୍ଟର ଶ୍ରୀ ଅଚ୍ୟୁତ ନନ୍ଦ ସାମନ୍ତରାୟ,

କେନ୍ଦୁଝର ଜିଲ୍ଲା ଅକିଲ ସଂଘର ସଭାପତି ଶ୍ରୀ ଆଲୋକ କୁମାର ମହାନ୍ତ,ସମ୍ପାଦକ ଅକ୍ଷୟ କୁମାର ଜେନା,କେନ୍ଦୁଝର ଜିଲ୍ଲା ସାଂସଦ ଶ୍ରୀ ଅନନ୍ତ ନାୟକ, ବ୍ଲକ ଦାଇତ୍ୱ ରେ ଥିବା ଅଖିଳ ପାତ୍ର, ଘଟଗାଁ ଆଡଭୋକେଟ ଦୁଷ୍ମନ୍ତ କୁମାର ପଲେଇ,ସୁଦାମ ଚରଣ ପଲେଇ, ସୁଧାଂଶୁ ଶେଖର ସାହୁ,ଶକ୍ତି ପ୍ରସାଦ ଶତପଥୀ, ବିନୋଦ କୁମାର ପଲେଇ,ବିଭୁତି ଭୂଷଣ ଚକ୍ର,ନିରୂପମା ନାଏକ ଓ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତରେ ଘଟଗାଁ ସିଭିଲ କୋର୍ଟ ର ଶୁଭଆରମ୍ଭ କରାଯାଇଥିଲା। ଫଟୋ ନ୍ୟୁଜ ଟାଇମ୍ସ ର ପ୍ରତିନିଧି ମନୋଜ କୁମାର ପତ୍ର ଙ୍କୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଏବଂ ବିଚାରପତି ଅବିନାଶ ନନ୍ଦ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି।
