ଘନାତ୍ରୀ-ମହେନ୍ଦ୍ର ତନୟା ବ୍ରିଜ ୧୦ବର୍ଷ ହେଲା ଆଶାରେ ହିଁ ରହିଗଲା

ଅଧାପନ୍ତରିଆ କାମକରି ନିର୍ମାଣ ସଂସ୍ଥାଙ୍କର ଦେଖା ନାହିଁ। କାର୍ଯ୍ୟ ନ ହେଲେ ଆନ୍ଦୋଳନପାଇଁ ଲୋକଙ୍କ ଚେତାବନୀ।

ଅଞ୍ଚଳର ବିକାଶ ଓ ଲୋକଙ୍କ ଯାତାୟତ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା ଆଉ ଖର୍ଚ୍ଚ ହେଉଛି ପାଣି ଭଳି ଟଙ୍କା,ହେଲେ ନା ନିର୍ଦ୍ଧାରିତ ସମୟ ଭିତରେ କାମ ସରୁଛି ନା ଲୋକେ ପାଉଛନ୍ତି ସୁବିଧା।ଏସବୁ ଭିତରେ ବାଟବଣା ହେଉଛି ଯୋଜନା।ଏମିତି ଅବସ୍ଥା ଏବେ ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି।

ଗୁଣପୁର ବ୍ଲକ ଘଣାତ୍ରି ପଞ୍ଚାୟତ ମେରିଙ୍ଗି – ସାମ୍ପିନି ସାନ ନଦୀ ଉପରେ ୨୦୧୮ ମସିହାରେ ସେତୁ କାର୍ଯ୍ୟ ଆରମ୍ଭ ହୋଇଥିଲା, ହେଲେ ଏ ଯାଏ ଶେଷ ହେବାର ନା ନେଉ ନାହିଁ।ସେପଟେ କାମ ବହୁ ବିଳମ୍ବ ହେବା ପରେ ନିର୍ମାଣକାରୀ ସଂସ୍ଥା ଛୁ ମାରିଛି। ଅଧପନ୍ତରିଆ ଭାବେ ପଡି ରହିଛି ପୋଲ।ଅବଧି ସମୟ ସରି ଦୀର୍ଘ ପାଞ୍ଚବର୍ଷ ବିତିଯାଇଛି ତଥାପି ଅଧପନ୍ତରିଆ ହୋଇ ପଡିରହିଛି, ଏହି ବ୍ରିଜ୍। ରାସ୍ତାରେ ପଡିରହିଛି ସେତୁ କାମରେ ବ୍ୟବହୃତ ଜିନିଷ। ଏପଟେ ଅର୍ଦ୍ଧନିର୍ମିତ ପୋଲ ନଦୀରେ ଠିଆ ହୋଇଛି।ଇଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁରର ଘନାତ୍ରୀ – ସାମ୍ପିନି ମହେନ୍ଦ୍ର ତନୟା ନଦୀ ଉପରେ ଅର୍ଦ୍ଧ ନିର୍ମିତ ସେତୁର ଦୃଶ୍ୟ। 2018 ମସିହା ଡିସେମ୍ବର 11 ତାରିଖ ରେ କାମ ଆରମ୍ଭ ହୋଇଥିଲା।

2020 ମସିହା ଡିସେମ୍ବର 10 ତାରିଖରେ ସେତୁ କାର୍ଯ୍ୟ ଶେଷ ହେବା କଥା। ଏ କଥା କହୁଛି ଫଳକ। 11କୋଟି 47 ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି,ହେଲେ ନିର୍ମାଣ ଅବଧି ଶେଷ ହୋଇ 5 ବର୍ଷ ହୋଇଥିଲେ ମଧ୍ୟ ସେତୁ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି।ଏପଟେ ନଦୀରେ ପାଣି ଆସିଲେ ସ୍ଥାନୀୟ ଲୋକ ବିଭିନ୍ନ ସମୟରେ ଯାତାୟତ ପାଇଁ ହଇରାଣ ହରକତ ହେବାକୁ ପଡୁଛି।ତେଣୁ ସେତୁ କାମ ଶୀଘ୍ର ନ ସାରିଲେ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।ଏପରିକି ଲୋକେ ଦୈନନ୍ଦିନ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।ଏପରିକି ଅପରପାର୍ଶ୍ବରେ ଥିବା ସାମ୍ପିନି ଗ୍ରାମବାସୀ ରେସନ ଚାଉଳ ପାଇଁ 20 କିମି ବୁଲି ଘଣାନ୍ତ୍ରୀ ପଞ୍ଚାୟତକୁ ଯିବାକୁ ପଡୁଥିବା କହିଛନ୍ତି।

ତୁରନ୍ତ ବ୍ରିଜ୍ କାମ ସାରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଲୋକଙ୍କ ଦାବୀ ପ୍ରକାରେ ନଦୀରେ ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଆହ୍ୱାନ କରିଥିଲା,ହେଲେ ଲୋକଙ୍କ ଆଶା,ଆଶା ରେ ହିଁ ରହିଯାଇଛି। ଏଯାଏଁ ପଚାଶ ପ୍ରତିଶତ କାମ ଶେଷ ହୋଇନାହିଁ।ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ପଣ୍ଡାଙ୍କ ତଥ୍ୟ ଅନୁସାରେ ଠିକା ସଂସ୍ଥା ଅବଧି ସମୟ ମଧ୍ୟରେ ସାରି ନ ଥିବାରୁ ବିଭାଗ ତରଫରୁ ନୋଟିସ କରାଯାଇଛି। ଦୀର୍ଘବର୍ଷ ଧରି କାମ ହୋଇପାରୁନଥିବାରୁ ନିର୍ମାଣକାରୀ ସଂସ୍ଥା ବିରୋଧରେ ଉପର ଅଧିକାରୀଙ୍କୁ ଅବଗତ କରାଯାଇଛି।ବଳକା ରହିଥିବା କାମକୁ ସଂମ୍ପୁର୍ଣ୍ଣ କରିବାପାଇଁ ପୁଣିଥରେ ବ୍ୟୟବରାଦ କରାଯାଇ ପୁନଃ ଟେଣ୍ଡର କରିବାପାଇଁ ବିଭାଗକୁ ପଠାଯାଇଛି। ଅନୁମୋଦନ ହେଲେ ଅତିଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ ନିର୍ବାହୀ ଯନ୍ତ୍ରୀ।

ଗୁଣପୁର ରୁ ଫଟୋ ନିୟୁଜ ଟାଇମ୍ସ ର ସାମ୍ବାଦିକ ହୃଷିକେଶ ପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *