ଘରୋଇ ହିଂସା ଦ୍ୱାରା ପରିବାର, ଆଗାମୀ ପିଢ଼ି ସମାଜ ପାଇଁ ପ୍ରତିକାରକ ଅଟେ। ଏହାକୁ ଦୂର କରିବା ସରକାର ଏବଂ ମାନବ ସମାଜର ସବୁ ବର୍ଗର ଲୋକମାନଙ୍କର ଦାଇତ୍ୱ।
ଫୁଲବାଣୀ ସ୍ଥିତ ମିଶନ ସକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ “ଘରୋଇ ହିଂସା ଅଧିନିୟମ 2005” ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ଉଦ୍ଘାଟନ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିକାରୀ, ପ୍ରୋଟେକ୍ସନ ଅଫିସର ଏବଂ ଆଡ଼ଭୋକେଟ ଶ୍ରୀ ବିଜୟ ପଟ୍ଟନାୟକ ଏବଂ ସିଡିଓମ ଙ୍କ ଦ୍ୱାରା ଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ସିଡିପିଓ, ଓଏସସି, ଶକ୍ତି ସନ୍ଧାନ ସ୍ଟାଫ୍, ଏନଜିଓ ପ୍ରତିନିଧି ଏବଂ ଡିହ୍ୟୁ (DHEW) ଦଳ ସହିତ ଅନେକ ସମାଜକର୍ମୀ ଅଂଶଗ୍ରହଣ କରିଥିଲେ। ଆଡ଼ଭୋକେଟ ଶ୍ରୀ ବିଜୟ ପଟ୍ଟନାୟକ ଘରୋଇ ହିଂସା ଅଧିନିୟମ 2005 ର ବିଭିନ୍ନ ଆଇନଗତ ପ୍ରାସଙ୍ଗିକତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ସେ ସମସ୍ତ ପ୍ରୋଟେକ୍ସନ ଅଫିସର ଓ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ସଭା ସମାପନ କରିଥିଲେ। ଏହି କର୍ମଶାଳାରେ ଡିହ୍ୟୁ (DHEW) ଦଳର ସପୁର୍ଣ୍ଣ ସହଯୋଗ ଥିଲା।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ଘରୋଇ ହିଂସା ପ୍ରତିକାରକ
