ଘୁମୁସର ଅଞ୍ଚଳରେ ଅସୁରକ୍ଷିତ ବନ୍ୟ ଜନ୍ତୁ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ କଦଳିଗଡ ନିକଟ ଏକ କାଜୁ ବଗିଚାରୁ ରବିବାର ଏକ ମାଇ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ମୃତ ହାତୀଟିର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ ରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି।ହାତୀ ର ଅବସ୍ଥିତ ଦୃଷ୍ଟିରୁ କେମିତି ହାତୀ ମୃତ୍ୟୁ ର କୌଣସି ଟେର ବନ ବିଭାଗ ପାଇ ନ ଥିଲେ ,ଯେତେବେଳେ କି ହାତୀ ଟି ମୃତ୍ୟୁ ବରଣ ପରେ ପଚି ସଢ଼ି ଯାଇଛି।ବନ ବିଭାଗ ହାତୀ ମାନଙ୍କ ଉପରେ ଠିକ ରେ ନଜର ରଖୁ ନାହାନ୍ତି ଯାହା ଫଳରେ ହାତୀ ମୃତ୍ୟୁ ଘଟୁଛି।ଘୁମୁସର ଅଞ୍ଚଳରେ ହାତୀ ମନୁଷ୍ୟ ଲଢେଇ ମଧ୍ୟରେ କେତେବେଳେ ମଣିଷର ତ କେତେବେଳେ ହାତୀ ର ମୃତ୍ୟୁ ହେଉଛି।ହାତୀ ସୁରକ୍ଷା ଓ ବନ୍ୟ ଜନ୍ତୁ ଠାରୁ ମନୁଷ୍ୟ ର ସୁରକ୍ଷା ଦେବାରେ ବନ ବିଭାଗ ବିଫଳ।

ଅନେକ ସମୟରେ ହାତୀ ,ହରିଣ ବାଘ ଭଳି ବନ୍ଯ ଜନ୍ତୁ ଶିକାର ହେଉଛି ତ କେତେବେଳେ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ଠିକ ନ ଥିବାରୁ ବନ୍ୟ ଜନ୍ତୁ ମାନେ ଜୀବନ ହାରୁ ଛନ୍ତି।ସୂଚନାଯୋଗ୍ୟ ଯେ ଅନେକ ସମୟରେ ଏହି ସଂକ୍ରାନ୍ତରେ ଖବର ପ୍ରସାରଣ କଲେ ସୁଦ୍ଧା ବନ ବିଭାଗ କେବଳ ତଦନ୍ତ ରେ ସୀମିତ ରଖୁଛି।ତେଣୁ ବେଳ ଥାଉ ଥାଉ ଯଦି ବନ ବିଭାଗ ହାତୀ ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନ ନିଅନ୍ତି ତାହା ହେଲେ ହାତୀ ବଂଶ ଅଚିରେ ଲୋପ ପାଇଯିବ।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *