ଘୁମୁସର ମାଟିରେ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ

 

ସ୍ୱାଧୀନ ଭାରତ ର ନୂତନ ଚିନ୍ତା ଚେତନା କୁ ନେଇ ଆମେ ଗର୍ବିତ।ଆଜି ଗର୍ବ ଗୌରବ ର ଦିନ ରେ ଦେଶ ପାଳନ କରୁଛି ୭୭ତମ ସାଧାରଣ ତନ୍ତ୍ର ଦିବସ।ଦିଲ୍ଳୀରୁ ପଲ୍ଲୀ ସବୁ ଠାରେ ଉଡ଼ୁଛି ଜାତୀୟ ପତାକା।ସରକାରୀ ବେସରକାରୀ ଅନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପାଳିତ ହେଉଛି ୭୭ତମ ସାଧାରଣ ତନ୍ତ୍ର ଦିବସ।

ଏହିପରି ପ୍ରେକ୍ଷୀରେ ଘୁମୁସର ଅଞ୍ଚଳରେ ମଧ୍ୟ ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି।ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମା ଶଙ୍କର ବେହେରା ଅନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ।ଏହି ବର୍ଣ୍ଣାଢ୍ୟ ଉତ୍ସବ କୁ ଆହୁରି ଆକର୍ଷଣ କରିଥିଲା ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ପ୍ୟାରେଡ଼ ସହ ସାଂସ୍କୃତିକ କାର୍ଯ୍ୟକ୍ରମ।ସେହିପରି ଭଞ୍ଜନଗର ପ୍ରେସ କ୍ଲବ ଠାରେ ଅବସର ପ୍ରାପ୍ତ ସୈନିକ କର୍ମଚାରୀ ଙ୍କ ଦ୍ୱାରା ପତାକା ଉତ୍ତୋଳନ ହୋଇଛି।

ଏହାଛଡା ଭଞ୍ଜନଗର ବରିଷ୍ଠ ନାଗରିକ ମଞ୍ଚ, ବାଉଁଶ ଲୁଣ୍ଡି ରାଧା କୃଷ୍ଣ ପାଠାଗାର, ବାଉଁଶ ଲୁଣ୍ଡି ପଂଚାୟତ, ଅଟୋ ସଙ୍ଘ, ଓକିଲ ସଙ୍ଘ,ଜିଲୁଣ୍ଡି ଯୁବକ ସଙ୍ଘ ଇତ୍ୟାଦି ସ୍ଥାନରେ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି।ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ଜରା ଆଶ୍ରମ, କୁଷ୍ଠା ଆଶ୍ରମ, ଭଞ୍ଜନଗର ମେଡ଼ିକାଲ ରେ ଫଳ ଖାଦ୍ୟ ବଣ୍ଟନ କରିଥିଲେ।ଏହି ପୂଣ୍ୟ ଦିବସରରେ ଘୁମୁସର ବାହିନୀ ତରଫରୁ ଘୁମୁସର ଜିଲ୍ଲା ଦାବିକୁ ସରକାର ପାଖରେ ପହଞ୍ଚାଇବା ପାଇଁ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପୋଷ୍ଟ କାର୍ଡ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଛି।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *