ଘୋଷଯାତ୍ରା ରେ ବିଭ୍ରାଟ, ଦଳଚକଟା, ପୋଲିସର ଅପାରଗତା, ପ୍ରଶାସକ ମାନଙ୍କ ଅବହେଳା ଏବଂ ସରକାରୀ ଦଳର ଅଂଜ୍ଞତା କୁ ନେଇ କଂଗ୍ରେସ ଦଳ, ବିଜେଡି ଦଳ ଏବଂ କିଛି ସ୍ବେଛାସେବୀ ଅନୁଷ୍ଠାନ ମାନେ ଦୋଷାରୋପ କରିଛନ୍ତି। ରଥଯାତ୍ରାର ପ୍ରଥମ ଦିନରେ, ମାନେ ଷ୍ଟାମ୍ପଏଡରେ କିଛି ଭକ୍ତ ମୁର୍ତ୍ୟୁ ବରଣ କରିବାର ପୂର୍ବଦିନ ଭୁବନେଶ୍ୱରରୁ ପୁରୀ ଯାଇଥିବା ସାମ୍ବାଦିକ ମାନେ ଦଳାଚକାଟାର ଶିକାର ହେବା ଖବର ପ୍ରାୟ ସବୁ ସମ୍ବାଦପତ୍ର ଯଥା ସମ୍ବାଦ, ସମାଜ, ଧରିତ୍ରୀ, ପ୍ରଗତିବାଦୀ ଏବଂ ପ୍ରତିଦିନ ଆଦି ବହୁ ସମ୍ବାଦପତ୍ର ରେ ପ୍ରକାଶ ହେଇଥିଲା। ଫଟୋ ନ୍ୟୁଜ ଟାଇମସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀ ମଧ୍ୟ ଆହତ ହୋଇଥିଲେ ଏବଂ “ପ୍ରତିଦିନି” ୟୁଟ୍ୟୁବ ଟିଭି ଚ୍ୟାନେଲରେ ନିଜ ମତ ଓ ମନ୍ତବ୍ୟ ରଖିଥିଲେ। ସେ ଯାହାବି ହେଉ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଦଳ ପୁରୀରେ ପହଞ୍ଚିଛନ୍ତି।
ଅପରାହ୍ନ ୪ ଘଣ୍ଟା ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ଗୃହମନ୍ତ୍ରୀ ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୂର୍ବତନ ମନ୍ତ୍ରୀ ନଗେନ ପ୍ରଧାନ, ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା ଙ୍କୁ ନେଇ ଏକ ତଥ୍ୟ ଅନୁସନ୍ଧାନକାରିଦଳ ପୁରୀ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭୋର ୩.୪୫ମି ସମୟରେ ଘଟିଥିବା ମୃତାହତ ବିଷୟରେ ଅନୁସନ୍ଧାନ କରିଛନ୍ତି। ଘଟଣା ସ୍ଥଳ, ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପରିଦର୍ଶନ କରିବାସହ, ସଦର ମହକୁମା ଚିକିତ୍ସାଳୟ ପହଁଚି ସେଠାରେ ଆହତ ମାନଙ୍କ ସହ ଆଲୋଚନା ତଥା କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ମାତ୍ର କୈାଣସି ଡାକ୍ତର ନଥିବା ଦେଖିବାକୁ ମିଳିଥିଲା ଏବଂ କେତେକ ଗୁରୁତ୍ତର ଆହତଙ୍କୁ ଡାକ୍ତରଖାନାରୁ ତରବରିଆ ଭାବେ ଡିସ୍ଚାର୍ଜ କରାଯାଇଥିବା ଜଣାଗଲା। ଆହାତ ମାନଙ୍କ ସଠିକ ଖବର ସରକାରଙ୍କ ପାଖରେ ନଥିବା ଜଣାଗଲା। ଏତେ ବେପରୁଆ ତଥା ଖାମଖିଆଲ ମନୋଭାବ ନିଶ୍ଚିତ ନିନ୍ଦନୀୟ। ଏପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣାବଳୀକୁ ପର୍ଯ୍ୟାଳୋଚନା କଲେ ଜଣାଯାଏ ଯେ ରଥଯାତ୍ରା ସମୟରେ ୧୦ ହଜାର ରୁ ଅଧିକ କଡନ ପାସ ବଣ୍ଟନ କରିବା।
ଶ୍ରୀନଅର ପାଖରୁ ବ୍ୟାରିକେଡ଼ କରିବା ଫଳରେ ଭକ୍ତ ମାନେ ଶ୍ରୀଜୀଉଙ୍କର ସଠିକ ଦର୍ଶନରୁ ବଞ୍ଚିତ ହେଲେ ।
ରଥଟଣା ସମୟରେ ୭୫୦ ଲୋକ ଆହତ ହେବା ଏବଂ ୭ ଜଣ ଭକ୍ତଙ୍କ ପ୍ରାଣହାନି ଘଟିବା ଅତ୍ୟନ୍ତ କଷ୍ଟକର ଓ ଦୁଃଖଦ ବିଷୟ।
ଶିଳ୍ପପତି ଗୈାତମ ଆଦାନୀ ଙ୍କ ଆସିବା ପାଇଁ ରଥଯାତ୍ରା ଦିନ ଉଦେଶ୍ୟ ମୂଳକ ଭାବେ ରଥଟଣା ବନ୍ଦ କରିବା ହେଉଛି ଅଘଟଣର କାରଣ ମଧ୍ୟରୁ ଅନ୍ୟତମ।
କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାଡ଼ ମାରି ଆହତ କରିବା ଭଳି ନୁଆ ଦୃଶ୍ୟ ନିନ୍ଦନୀୟ ।
ଗୈାତମ ଆଦାନୀ ସପରିବାର ଗୁଣ୍ଡିଚା ମନ୍ଦିର ଦର୍ଶନ କରିବା ପାଇଁ ଏବଂ ଅନ୍ୟ ଭିଆଇପି ଙ୍କ ଦର୍ଶନକୁ ସୁବ୍ୟାବସ୍ଥିତ କରିବା ପାଇଁ ରଥାରୂଢ଼ ଶ୍ରୀଜୀଉଙ୍କର ଦର୍ଶନ ଶେଷରେ ପୁନର୍ବାର ୟୁ ଟର୍ନ ବ୍ୟବସ୍ଥା ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପାରମ୍ପରିକ ପ୍ରସ୍ଥାନ ରାସ୍ତା ଯାହା ନାକଚଣା ଦ୍ଵାର ଦେଇ ଯାଇଛି ତାହା ବନ୍ଦ ରଖାଯାଇଥିଲା। ତେଣୁ ଦଳାଚକଟା ହୋଇଥିଲା ।
ଘଟଣା ଘଟିବା ସମୟରେ ଗୋଟେ ପ୍ରସ୍ଥାନ ରାସ୍ତା ବନ୍ଦ ଥିବା ସତ୍ତ୍ବେ ପ୍ରବେଶ ପଥରେ ଚାରମାଳ ଟ୍ରକ ପଶିବା ଯୋଗୁଁ ସଠିକ ସମୟରେ ଆହତଙ୍କୁ ତତକ୍ଷଣାତ୍ ଡାକ୍ତରଖାନା ନେବା ସମ୍ଭବ ହେଲାନାହିଁ ।
ଘଟଣା ଘଟିବା ପରେ ଘଟଣାସ୍ଥଳରେ ବା ରଥ ମାନଙ୍କ ନିକଟରେ କୈାଣସି ଆମ୍ବୁଲାନ୍ସ ନଥିଲା କି କୈାଣସି ଆମ୍ବୁଲାନ୍ସ କର୍ମଚାରୀ ଆହତଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିପାରିନଥିଲେ ଯେଉଁ ସବୁ କାରଣରୁ ଏପରି ଅଘଟଣ ଘଟିଥିଲା ।
ରାଜ୍ୟ ସରକାରଙ୍କ ଅପାରଗତା ତଥା ଅପାରଗ ରିମୋଟ କଣ୍ଟ୍ରୋଲ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀମାନଙ୍କୁ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ଏବଂ ପୋଲିସ ମହାନିର୍ଦ୍ଦେଶକ ନିଜ ର ଅପାରଗତା ଲୁଚାଇବାକୁ ଯାଇ ମାର ମାର ଭଣ୍ଡାରିଆକୁ ମାର ନୀତି ରେ ପୁରୀ ଜିଲ୍ଲାପାଳ ଏବଂ ଏସପି ଙ୍କୁ ବଦଳି କରିବା ଏକ ହାସ୍ୟାସ୍ପଦ ବିଷୟ । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ତଥା ଆଇନ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦାବିକରି ମୃତକଙ୍କୁ ୫୦ ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବୀ ସହିତ ପୁରୀ ଜିଲ୍ଲା ଜର୍ଜ ଙ୍କୁ ନେଇ ୧୦ ଦିନରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି ।
ଆଜିର କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ସଂଯୋଜକ ଇଂ ରାଜେଶ କୁମାର ମିଶ୍ର, ଗୋପ ବ୍ଲକ ପୂର୍ବତନ ଅଧ୍ୟକ୍ଷ ନୀଳମଣି ପ୍ରଧାନ, ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ପୁରୀ ଜିଲ୍ଲା ସେବାଦଳ ମୁଖ୍ୟ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ବିଦୃତଲତା ଆଚାର୍ଯ୍ୟ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ,ଅଶୋକ ଦାସ, ଡ଼ଃ ନିରଞ୍ଜନ ବିଶ୍ବାଳ, ଜିବେଶ ଚନ୍ଦ୍ର ରଥ,ସୁକାନ୍ତକୁମାର ପ୍ରଧାନ, ଅବିନାଶ ମିଶ୍ର, ନିର୍ମଳ ପରିଡ଼ା, ଚେତନ ମିଶ୍ର, ସୈମ୍ୟକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ପ୍ରସନ କୁମାର ଲେଙ୍କାଙ୍କ ରିପୋର୍ଟ।