ଚଇତି ପର୍ବରେ ନିମ୍ନ ମାନର ପ୍ରସ୍ତୁତି

 

ରାୟଗଡାରେ ଚଇତି ଉତ୍ସବ ଏକ ପ୍ରକାର ସରକାରୀ ବାବୁ ମାନଙ୍କ ପ୍ରତି ଉଦିଷ୍ଟ ଥିଲା। ନିମ୍ନ ମାନର ଖାଦ୍ୟ ଷ୍ଟଲ ମାନ ଲାଗିଥିଲା। ଯେଉଁଭଳ କଳାକାର ମାନଙ୍କୁ ଏହି ଉତ୍ସବରେ ନୃତ୍ୟ ଗୀତ ପରିବେଷଣ କରିବା ପାଇଁ ନିଆଯାଇଥିଲା, ସେଥିରେ ବ୍ୟାପକ ପରିମାଣର ଅର୍ଥ କାରବାର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦର୍ଶକ ମାନଙ୍କୁ ସ୍ୱଚ୍ଛ ପାଣି, ପରିବେଶ, ଟେଣ୍ଡ ତଳେ ବସି ପ୍ରୋଗ୍ରାମ ଦେଖିବାର ସୁବିଧା ସୁଯୋଗ ମିଳିନଥିଲା।

ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ମାନଙ୍କରେ କୌଣସି ସଚେତନତା ମୂଳକ ଥିମ ନଥିଲା। ଆଦିବାସୀ ଅଂଚଳରୁ ଆସିଥିବା କଳାକାର ମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦେବାରେ ମୁଲଚାଲ କରିଥିବାରୁ ଆଦିବାସୀ ବୁଦ୍ଧିଜୀବୀ ମାନେ ଖେଭୋ ପ୍ରକାଶ କରିଛନ୍ତି।


ସେ ଯାହାବି ହେଉ ଏହି କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିବା ରାଶି ଏବଂ ପରିଚାଳନା ଗତ ତ୍ରୁଟିର ସମୀକ୍ଷା ହେବାର ଆବଶ୍ୟକତା ଅଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *