ଚକ୍ରବିହୁରେ ଆଦିବାସୀ

 

ଜମି ମାଫିଆଙ୍କ ଚକ୍ରବିହ୍ୟୁରେ ଆଦିବାସୀ ଜମି। କେନ୍ଦୁଝର-ସଦର ତହସିଲ ଅର୍ନ୍ତଗତ ମଣ୍ଡୁଆ ପଞ୍ଚାୟତର ମଣ୍ଡୁଆ ଆମ୍ବ ତୋଟା ନିକଟରେଥିବା ଆଦିବାସି ଜମି ଗୁଡିକ ଉପରେ କିଛି ଜମି ଦଲାଲଙ୍କ ଲଲୁପ ଦୃଷ୍ଟି ପଡିଛି। ଏଠାରେ ଆମେ କହି ରଖୁଛୁ କେନ୍ଦୁଝର ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ । ଏହି ଅଞ୍ଚଳରେ ଥିବା ଜମି ବାଡ଼ିକୁ କ୍ରୟ ବିକ୍ରୟ ପାଇଁ ବହୁ ନିୟମ କାନୁନକୁ ଅନୁସରଣ କଲାପରେ ଯାଇ କ୍ରୟ ବିକ୍ରୟର ଦଲିଲ ତିଆରି ହୋଇପାରିବ ବୋଲି ନିୟମ ଅଛି ।

ଏସବୁକୁ ଫାଙ୍କିବା ପାଇଁ ସାଧାରଣ ବର୍ଗର ଲୋକ ମାନେ କିଛି ଜମି ମାଫିଆ ବା ଜମି ଦଲାଲଙ୍କୁ ଧରି ଆଦିବାସୀ ମାନଙ୍କର ଜମିକୁ ଶାଗମାଛ ଦରରେ କ୍ରୟ କରି ସେ ସବୁକୁ କୋଟି କୋଟି ଟଙ୍କାରେ ବିକ୍ରି କରି ଲାଲେ ଲାଲ ହେଇଯାଉଛନ୍ତି। ସେଥିପାଇଁ ବିଭିନ୍ନ ଜାତିର ଏଜେଣ୍ଟ ଅଛନ୍ତି ଯେଉଁ ମାନଙ୍କ ନାଁରେ ପ୍ରଥମେ ସେସବୁ ଜାଗାକୁ କ୍ରୟ କରି ପରବର୍ତ୍ତୀ ସମୟରେ ନିଜ ନାମକୁ କରିଥାନ୍ତି। ଏହା ଏକ ପ୍ରାୟୋଜିତ ର।କେଟ ଦ୍ଵାରା କାର୍ଯ୍ୟକାରୀ ହୋଇଥାଏ। ଏସବୁ ପ୍ରଶାସନିକ ସ୍ତରରେ ମଧ୍ୟ ଭଲ ଭାବରେ ଜ୍ଞାତସାରରେ ସମ୍ଭବ ହୋଇଥାଏ । ମଣ୍ଡୁଆ ଆମ୍ବତଟା ନିକଟରେ ଥିବା ଜଳାଶୟ ଉପରେ ଏକ ୨୦ ଫୁଟ ଓସାରର ରାସ୍ତା ନିର୍ମାଣ ସେ ପୁଣି ପ୍ରଶାସନର ବିନାନୁମତିରେ ଜଣେ ଜମି ଦଲାଲ କାହାକୁ ଖlତିର ନକରି ମାଟି ପକାଇ କାର୍ଯ୍ୟ ଆରମ୍ଭ କରିଛି। ଏ ସମ୍ବନ୍ଧର ସଂପୃକ୍ତ ଅଞ୍ଚଳର ଆଦିବାସୀ ବ୍ଯକ୍ତି ଉଚ୍ଚ ଅଧିକାରୀ ମାନଙ୍କୁ ଜଣାଇଥିଲେ ବୋଲି ଶୁଣାଯାଏ ।କିନ୍ତୁ କୈଣସି କାର୍ଯ୍ୟନ୍ତଷ୍ଠାନ ଆଜି ପର୍ଯ୍ୟନ୍ତ ନିଆଯାଇ ଥିବାର ଜଣାଯାଏ ନାହିଁ ।ଏହି ଭଳି ଅନେକ କାର୍ଯ୍ୟ ସହର ମଧ୍ୟରେ ଚାଲୁଥିଲେ ମଧ୍ଯ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଥିବା ଚର୍ଚା ହେଉଛି।


ଏଇ ଯେମିତି ସହର ନିକଟରେ ଥିବା ଧୋବାଡିହା ନିକଟବର୍ତ୍ତୀ ସମସ୍ତ ଚାଷ ଜମିକୁ ସାଧାରଣ ବର୍ଗ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଲିଜ ସୂତ୍ରରେ ନେଇ ସେଠାରେ ବିରାଟ ବିରାଟ ଆଟ୍ଟାଳିକା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରି ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ବେଳ ଥାଉ ଥାଉ ଏସବୁ କେଳିଙ୍କରୀକୁ ରୋକା ନ ଗଲେ ଆଗାମି ଦିନରେ ଏହା ଏକ ବିଷ୍ପରକ ମୋଡ ନେଇ ପାରେ । ଜମି ଲିଜ ସୂତ୍ରରେ ନେଲେ ପରିବର୍ତ୍ତନ ହେବା କଥା ନୁହଁ,କିନ୍ତୁୁ ଏସବୁ ସମ୍ଭବ ହେଉଛି କେଉଁଝର ଜିଲ୍ଲାରେ । ଗରିବ ଆଦିବାସୀ ଜମିକୁ ହତପ କରୁଥିବା ମାଫିଆ ମାନେ ଦଣ୍ଡିତ ହେବାର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ପ୍ରକାଶ ଥାଉକି ଏହି ଜିଲ୍ଲା ହେଉଛି ଆମ ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା।
କେଉଁଝର ରୁ ଅରବିନ୍ଦ ବେହେରାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *