କେନ୍ଦୁଝର ଜିଲ୍ଲା ଘଟଗାଁ ବନବିଭାଗ ପକ୍ଷରୁ ପ୍ରତେକ ବର୍ଷ ରଜପର୍ବକୁ ଧୁମ ଧାମରେ ପାଳନ କରାଯାଇଥାଏ। ତେବେ ଚଳିତ ବର୍ଷ ରଜ ପର୍ବ ପାଳନ ନେଇ ଘଟଗାଁ ରେଞ୍ଜର ସରୋଜ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଭିନ୍ନ ବିଭାଗର ଆଧିକାରୀ,ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧୀଜୀବୀ, ବନବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ରଜରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ, ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା।
ଘଟଗାଁ ରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ମନୋଜ କୁମାର ପାତ୍ରଙ୍କ ରିପୋର୍ଟ।