ଚାର୍ଟଆଡ ଆକାଉଣ୍ଟଟାଣ୍ଟ ମାନେ ଆୟୋଗର ବିଭାଗ, ଜିଏସଟି ଏବଂ ଫାଇନାନ୍ସ ସମ୍ଭନ୍ଧୀୟ ସମସ୍ତ ରେକର୍ଡକୁ ଯାଞ୍ଚ କରି ତଥ୍ୟ ପ୍ରଦାନ କରନ୍ତି। ସାଧାରଣ ବ୍ୟବସାୟିଙ୍କ ଠାରୁ ନେଇ ବଡ ବ୍ୟବସାୟୀ ଓ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସମସ୍ତଙ୍କର ଆକାଉଣ୍ଟକୁ ଏମାନେ ଅଡିଟ କରିଥାନ୍ତି। ଏହା ଆଇନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ। ବାସ୍ତବରେ ଏମାନଙ୍କର ସଂଖ୍ୟା ଆବଶ୍ୟକତା ତୁଳନାରେ ବହୁତ କମ ରହିଅଛି। ଛାତ୍ରଛାତ୍ରୀ ମାନେ ଯଦି ଏହି ଶିକ୍ଷାକୁ ପସନ୍ଦ କରି ଅଧୟନ କରିବେ, ସେମାନେ ନିଶ୍ଚିତ କର୍ମ ନିଯୁକ୍ତି ପାଇବେ। ଏଥିପାଇଁ ଆମ କ୍ୟାଲେଣ୍ଡରରେ ଏକ ଚାର୍ଟଆଡ ଆକାଉଣ୍ଟଟାଣ୍ଟ ଦିବସ ରହିଅଛି। ଏହାକୁ ରାୟଗଡା ସହର ସ୍ଥିତ ଜେମ୍ସ +2 କମର୍ସ କଲେଜରେ ଏହି ଦିବସ ପାଳନ କରାଯାଇଅଛି।
ଏହି କାର୍ଯ୍ୟକ୍ରମ ଜେମ୍ସ କଲେଜରେ ଅନୁଷ୍ଠିତ ହୋଇଅଛି। କଲେଜର ପରିଚାଳନା ଅଧ୍ୟକ୍ଷ ଏ. ଭି. ଏସ. ଗିରିଙ୍କ ଦ୍ଵାରା ରାୟଗଡ଼ାରେ ପ୍ରଥମ ଥର ପାଇଁ ମହାଆଡମ୍ବରରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ସହରରେ କାର୍ଯ୍ୟରତ ଚାର୍ଟଆଡ ଆକାଉଣ୍ଟଟାଣ୍ଟ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାନମାନିତ କରାଯାଇଥିଲା। କେକ କାଟିବା ସହ ଉତ୍ତରୀୟ ଏବଂ ମାନଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅତିଥି ମାନେ ହେଲେ ସିଏ ତ୍ରିନାଥ ରାଓ, ସିଏ କେ ରବି, ସିଏ ମନୋଜଚୌଧୁରୀ, ସିଏ ପୃଥ୍ବୀରାଜ, ସିଏ ଉଜ୍ଜ୍ୱଳ ଜୈନ, ସିଏ ଶରତ କୁମାର ଏବଂ ସିଏ ରାଜ ଫୁନ୍ଦନାନି ଅଟନ୍ତି।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ କଲେଜର ଅଧକ୍ଷ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।