ଚାଷୀଙ୍କର ସର୍ବନାଶ ଓ ଜଙ୍ଗଲ ମାଫିଆଙ୍କ ପୁଷମାସ

ଜଙ୍ଗଲ ମାଫିଆଙ୍କ ଯୋଗୁ ଏବଂ ଜଙ୍ଗଲ ବିଭାଗର ଅସାଧୁ କର୍ମଚାରୀମାନଙ୍କ ଯୋଗୁଁ ଜଙ୍ଗଲ ନଷ୍ଟ ହେଉଅଛି। ଯାହାର ପ୍ରଭାବରେ ହାତୀ ହାତୀମାନେ ଗାଁ ଆଡକୁ ଆସୁଛନ୍ତି ଏବଂ ଫସଲ ନଷ୍ଟ କରୁଛନ୍ତି। ଆମେ ଏଠାରେ ଏହି ଉକ୍ତି “ଚାଷୀଙ୍କର ସର୍ବନାଶ ଓ ଜଙ୍ଗଲ ମାଫିଆଙ୍କ ପୁଷ ମାସ “।

ଏଠାରେ ହାତୀ ମାନେ ନିଜର ଖାଦ୍ୟ ପାଇଁ ଦୋଷ ମୁଣ୍ଡଉଛନ୍ତି। ସେ ଯାହାବି ହେଉ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବନାଞ୍ଚଳ ରେ ନିୟମିତ ଭାବେ ହାତୀପଲ ଚଳ ପ୍ରଚଳ କରୁଛନ୍ତି। ଚାଟିକଣା ଗ୍ରାମ ପଞ୍ଚାୟତର କୁମ୍ଭାରବାଡି ଗ୍ରାମର କାତ୍ରିଗୁଡ଼ାର ଆଦିବାସୀ ଚାଷୀ ନାରାୟଣ ହୁଇକା, ହାତୀପଲର ଶିକାର ହୋଇଛନ୍ତି । ସୂଚନା ମୁତାବକ ଚାଷୀ ନାରାୟଣ ନିଜ ଜମିରେ ଏକ ସୁନ୍ଦର ଘର କରି ପରିବାର ବାସ କରିଆସୁଥିଲେ ।

ଗତ କାଲି ରାତ୍ର ସମୟରେ କଦଳୀ ବାଡ଼ିରେ ହାତୀପଲ ପଶି କଦଳୀ ବାଡ଼ ନଷ୍ଟ କରୁଥିବା ସମୟରେ ଶବ୍ଦ ଶୁଣି ପରିବାର ଲୋକଙ୍କ ସହ ସମସ୍ତେ ଦୋଡ଼ି ଅନ୍ୟ ଏକ ଗାଁ କୁ ଚାଲିଯାଇଥିଲି । ସକାଳେ ଆସି ଦେଖିବା ସମୟରେ ଘର ପୁରାପୁରି ନଷ୍ଟ ହୋଇଥିବା ଦେଖିବାକୁ ପାଇଲେ। ଚାଷୀ ନାରାୟଣ କହିଛନ୍ତି ଯେ ଘରେ ଥିବା ମାଣ୍ଡିଆ, ଧାନ, କାନ୍ଦୁଲ ଓ ଚାଉଳ ହାତୀମାନେ ଖାଇଯାଇଛନ୍ତି।

ସେ କହିଛନ୍ତି ଗୋଟିଏ ଚାଉଳ ବସ୍ତାରେ ୮୦ ହଜାର ଟଙ୍କା ଏବଂ ରେଶନ କାର୍ଡ ରଖିଥିଲେ, ଯାହାକୁ ହାତୀ ଖାଇଯାଇଛି। ବିଲରେ ଥିବା ଆମ୍ବ ପଣସ ଗଛକୁ ମଧ୍ୟ ନଷ୍ଟ କରିଛନ୍ତି ହାତୀ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀ ନାରାୟଣ ଜଣେ ସଫଳ ଚାଷୀ ହୋଇଥିବା ବେଳେ, ହାତୀପଲ ତାଙ୍କୁ ୫ବର୍ଷ ପଛକୁ ନେଇଯାଇଛି।

ରାୟଗଡା ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *