କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ୍ ଆନୁକୁଲ୍ୟ ରେ ଆଜି ସ୍ଥାନୀୟ ଗରପୁର୍ ଠାରେ ଥିବା ସ୍ଵୟଙ୍ଗସିଦ୍ଧା ହୋଟେଲ ରେ ଚଳିତ ବର୍ଷ ର କେନ୍ଦ୍ରାପଡ଼ା ଜିଲ୍ଲା ଚେସ ଚାମ୍ପିଅନସିପ -୨୦୨୫ ତଥା ୫ମ ଡକ୍ଟର ବୈଷ୍ଣବ ପରିଡା ସ୍ମାରକୀ ଚେସ ଚାମ୍ପିଅନସିପ ଉଦ୍ଘାଟିତ ହୋଇଯାଇଛି। ଏହିଆବସର ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ର ସାଂସଦ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ଡକ୍ଟର ବୈଷ୍ଣବ ପରିଡା ଙ୍କ ଜୀବନୀ ପୁସ୍ତକର ଉନ୍ମୋଚନ କରିଥିଲେ।

ଅନ୍ୟତମ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ସେଠୀ,ଗୌତମ ମଲ୍ଲିକ ଯୋଗ ଦେଇଥିବା ବେଳେ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ କିଶୋର ପଣ୍ଡା,ସମ୍ପାଦକ ଭବେଶ୍ ମହାନ୍ତି,କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ସିଂହ,ସ୍ୱାଗତ ସମିତି ର ସଂଯୋଜକ ଶକ୍ତି ଶ୍ରୀ ଲେଙ୍କା ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଆସୋସିଏସନ୍ ର ଉପସଭାପତି ଲଲାଟ କେଶରୀ ସାମଲ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ର ବରିଷ୍ଠ ନେତା ବିଷ୍ଣୁ ଦାସ, ତେଜେଶ୍ୱର୍ ପରିଡା, ଲଳିତ ବେହେରା,କଳ୍ପନା ମଲ୍ଲିକ,

ସଞ୍ଜୟ ରଥ, ପ୍ରତାପ ଦାସ, ଉପିନ୍ ରାଉତ,କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ର ବରିଷ୍ଠ ନେତା ସୁନାକର ବେହେରା ଚତୁର୍ଥ ରାଉଣ୍ଡ ଉଦ୍ଘାଟନ କରିଥିଲେ।ସୂଚନା ଥାଉକି ଦୁଇଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬୪ ଜଣ ଖେଳାଳି ବିଭିନ୍ନ ବ୍ଲକ୍ ରୁ ଭାଗନେଇଛନ୍ତି। ଖେଳର ସୁ ପରିଚାଳନା ପାଇଁ ଶ୍ରୀମତୀ ପିଙ୍କି ମହାପାତ୍ର ଦାୟିତ୍ଵ ନେଇଥିବା ବେଳେ ଆସୋସିଏସନ୍ ର ଅନ୍ୟତମ ଉପସଭାପତି ଧରଣୀ ସେଠୀ, କୋଷାଧ୍ୟକ୍ଷ ନାରାୟଣ ଦାସ,କାର୍ଯ୍ୟକାରିଣୀ ସଦସ୍ୟ ଗୋପିବଲ୍ଲବ ନାୟକ, ସବ୍ରେ ହେମ୍ବ୍ରମ, ନେହେରୁ ସାହୁ ପ୍ରମୁଖ ବିଭିନ୍ନ ଦାୟିତ୍ଵ ନିର୍ବାହ କରୁଛନ୍ତି। କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
