ଛାତରେ ଜରିପାଲ ଟାଣି ଚାଲିଛି ସରକାରୀ କାର୍ଯ୍ୟ। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”।
ପୂର୍ବ ସରକାର ସମୟ ରେ 5T ସ୍କୁଲ ନିର୍ମାଣ ପାଇଁ ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା ହେଲେ ଏହି କାର୍ଯ୍ୟଳାୟ ଉପରେ ପଡିଲା ନାହିଁ ପୂର୍ବ ସରକାରଙ୍କ ନଜର I ସେଥିପାଇଁ ସରକାରୀ କାର୍ଯ୍ୟଳାୟ ଛାତ ଉପରେ ଟଣାଯାଇଛି ଜରିପାଲ। ଛାତରୁ ଗଳୁଛି ପାଣି I ପାଣି ପଡି ଅଚଳ ହୋଈଯାଉଛି କମ୍ପୁଟର I କମ୍ପୁଟର କୁ ଘୋଡେଇ କାମ କରୁଛନ୍ତି କର୍ମଚାରି I ଆସନ୍ତୁ ଦେଖିବା ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏହି ରିପୋର୍ଟ I
ଏ ଚିତ୍ରଦେଖି ସତେ ଯେମିତି ଲାଗୁଚି ଏକ ପରିତକ୍ତ ଗୃହ ପରି I କିନ୍ତୁ ଏହା କୌଣସି ପରିତକ୍ତ ଗୃହ ନୁହେଁ I ଏହା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟଳାୟ I ତେବେ ଛାତ ଉପରେ ଟଣାଯାଉଛି ଜରିପାଲ। ବର୍ଷା ଦିନେ ଛାତ ଉପରକୁ ଯାଇ ପାଣି ବାହାର କରିବା ପାଇଁ ପଡି ଥାଏ I ସେଥିପାଇଁ ଝାଡୁ ସାହାଯ୍ୟ ରେ ପାଣି ବାହାର କରାଯାଉଛି I ଏପଟେ ଛାତ ରୁ ଝର ଝର ପାଣି ଗଡୁଛି I ପାଣି ପଡ଼ି ଜରୁରୀ କାଗଜ ପତ୍ର ନଷ୍ଟ ହୋଈଯାଉଛି I ଏପଟେ ପାଣି ପଡି କମ୍ପୁଟର ନଷ୍ଟ ହେଇଯାଇଥିବା ବେଳେ ସମସ୍ତ କମ୍ପୁଟର କୁ ଘୋଡେଇ କାର୍ଯ୍ୟ କରୁଛନ୍ତି କର୍ମଚାରି I ଏହି ଭଳି ଅବସ୍ଥାରେ ବର୍ଷା ଦିନେ କାମକରିବା ରେ ଅସୁବିଧା ଭୋଗିଛନ୍ତି କର୍ମଚାରି ଇ ଏହି ବିଷୟରେ ମତ ଦେଇଛନ୍ତି ସୁଦାମ ଚରଣ ମିଶ୍ର ଜଣେ କର୍ମଚାରୀ ଏବଂ ମତ ଦେଇଛନ୍ତି ଲକ୍ଷ୍ମୀ ମଲ୍ଲିକ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ।
ପୂର୍ବ ବିଜେଡି ସରକାର ସମୟ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି 5t ସ୍କୁଲ ନିର୍ମାଣ କରାଗଲା କିନ୍ତୁ ବ୍ଲକ ଶିକ୍ଷାଅଧିକାରୀ କାର୍ଯ୍ୟଳାୟ ଉପରେ ପଡିନି ନଜର ଫଳରେ ବିଲ୍ଡିଙ୍ଗ ଛାତ ଝରିବା ସହ କିଛି ସ୍ଥାନରେ ଛଡ଼ ଦେଖାଯାଉଛି I ବିପଦ ପୂର୍ଣ୍ଣ ଗୃହ ତଳେ କର୍ମଚାରି ଡରି ଡରି କାର୍ଯ୍ୟକରୁଛନ୍ତି I ବର୍ଷା ହେଲେ ଉକ୍ତ ସ୍ଥାନରେ ବସିକାମ କରିବାକୁ ବହୁ ଅସୁବିଧା ହୋଈଥିବା କହିଛନ୍ତି I ଏପଟେ କୌଣସି ବାହାର ଲୋକ ଉକ୍ତ ଅଫିସ କୁ କିଛି କାମରେ ଆସିଲେ ଛିଡା ମଧ୍ୟ ହୋଈପାରୁ ନାହାନ୍ତି I ଯାହା ଫଳରେ ଅସନ୍ତୋଷ ପ୍ରକାଶ କରି ପ୍ରଶାସନ ଦୃଷ୍ଟି ଦେବା କୁ ଅଞ୍ଚଳ ବାସି ଦାବି କରିଛନ୍ତି I ଏପଟେ ଏ ସମ୍ପର୍କ ରେ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରି ଙ୍କୁ ପଚାରିବାରୁ ମୁଁ ଏ ସମ୍ପର୍କ ରେ ଜିଲ୍ଲା କାର୍ଯ୍ୟଳାୟ ସହ ସ୍ଥାନୀୟ ବିଧାୟକ ଙ୍କୁ ଜଣେଇଛି ଏବଂ ତୁରନ୍ତ କରିବା ପାଇଁ କହିଥିଲେ I କିରଣ କୁମାର ସାହୁ କର୍ମଚାରୀ, ଧରଣୀ ମେହେର ଅଞ୍ଚଳ ବାସି ଏବଂ
ଅଶୋଭା ରଞ୍ଜନ ମଳି ଗୋଷ୍ଠୀ ଶିକ୍ଷା ଅଧିକାରି କଣ୍ଟାମାଳ ନିଜ ନିଜର ମତ ଦେଇଛନ୍ତି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।