ରାଜଗାଙ୍ଗପୁର/ ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ବିରୋଧ କରି ପାଞ୍ଚ ପଞ୍ଚାୟତ ଗ୍ରାମବାସୀ ଙ୍କ ଥାନା ଘେରାଉ। ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନା ଲାଇନ ୧, ୨ ଏବଂ ୩ ପ୍ଲାଣ୍ଟ ନିମନ୍ତେ ସିମେଣ୍ଟ ଉତ୍ପାଦନ ପାଇଁ କଞ୍ଚାମାଲ ଚୁନ ପଥର ଆବଶ୍ୟକ ପୁରଣ ନିମନ୍ତେ ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ଝଗରପୁର ଅଳଣ୍ଡା କେସ୍ରାମାଲ କୁକୁଡ଼ା ରାଏବର୍ଣା ଓ ଆଖପାଖ ଅଞ୍ଚଳରେ ପ୍ରଚୁର ଚୁନ ପଥର ଥିବା ସନ୍ଧାନ ପାଇବା ପରେ ଉକ୍ତ ଜମି ଅଧିଗ୍ରହଣ ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ପ୍ରକାରର ଚେଷ୍ଟା କରି ବିଫଳ ହୋଇଥିଲେ ।

ବାରମ୍ବାର ସରକାରଙ୍କର ପକ୍ଷରୁ ପାଞ୍ଚ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନା ଗ୍ରାମ ସଭା ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମବାସୀ ସିଧାସଳଖ ବିରୋଧ କରିବା ଯୋଗୁ ଜମି ଅଧିଗ୍ରହଣ ପ୍ରକ୍ରିୟା ରେ ବାଧା ସୃଷ୍ଟି ହୋଇଥିଲା। ବିନା ଗ୍ରାମ ସଭା ର ଅନୁମତି ରେ ଏକ ଇଞ୍ଜ ଜମି କାହାରିକୁ ଦିଆଯିବ ନାହଁ ବୋଲି ଗ୍ରାମବାସୀମାନେ ସ୍ପଷ୍ଟ ଭାବରେ ସୁଚନା ଦେଇଥିଲେ। ବିନା କଞ୍ଚା ମାଳରେ (ଚୁନ ପଥର) ସିମେଣ୍ଟ କାରଖାନା ର ଉତ୍ପାଦନ ଠପ୍ ହେବା ସହ ଶହଶହ ଶ୍ରମିକ, କର୍ମଚାରୀ, ଅଧିକାରୀ, ଠିକାଦାର, ବ୍ୟାବସାୟି ଙ୍କ ଜୀବିକା ହରାଇବା ଓ ବେକାରୀ ସମସ୍ୟା ବୃଦ୍ଧି ପାଇବ ଏବଂ ସିମେଣ୍ଟ କାରଖାନା ଉପରେ ନିର୍ଭର କରୁଥିବା ଛୋଟ ବଡ଼ କାରଖାନା ରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ବିଭିନ୍ନ ମହଲରେ ଆଶଂକା ସୃଷ୍ଟି ହୋଇଛି।

ଡାଲମିଆ ସିମେଣ୍ଟ କାରଖାନା ବିଭିନ୍ନ ପ୍ରକାର ପ୍ରଲୋଭନ, ଅନୈତିକ କାର୍ଯ୍ୟ ଜରିଆରେ ପାଞ୍ଚ ପଞ୍ଚାୟତ ଗ୍ରାମବାସୀ ଙ୍କ ଜମି ଅଧିଗ୍ରହଣ କରୁଥିବା ସୁଚନା ପାଇ ଉକ୍ତ ପ୍ରକ୍ରିୟା କୁ ବିରୋଧ କରି ଗତକାଲି ଦିନ ୧୧ ଘଟିକା ସମୟରେ ରାଜଗାଙ୍ଗପୁର ଥାନାରେ ଶହଶହ ପାଞ୍ଚ ପଞ୍ଚାୟତ ଗ୍ରାମବାସୀ ଥାନା ଘେରାଉ କରି ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ବିରୋଧ କରିଥିଲେ। ଉକ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିନୟ ଭୁଷଣ ବାର୍ଲା, ଅଜିତ୍ ଏକ୍କା,ରିଲା ସୁଷିଲା ଟୋପୋ, ଲଲିତ ଲାକ୍ରା,ଭିବୋଲ ଟୋପୋ ଙ୍କ ସହ ବହୁ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଥାନାରେ ଅଭିଯୋଗ ପତ୍ର ଦାଖଲ କରିଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
