ଜାତୀୟସ୍ତରୀୟ ଜିଲ୍ଲା ଖଣିଜ ପାଣ୍ଠି କର୍ମଶାଳା

ଜାତୀୟସ୍ତରୀୟ ଜିଲ୍ଲା ଖଣିଜ ପାଣ୍ଠି  କର୍ମଶାଳା  ଡିଏମଏଫ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ପ୍ରଥମ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା।                                       କାର୍ଯ୍ୟକାରିତା ପାଇଁ ଓଡ଼ିଶାକୁ ପ୍ରଶଂସା।
ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ତରଫରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଜାତୀୟ ସ୍ତରୀୟ  କର୍ମଶାଳା  ଅନୁଷ୍ଠିତ ହୋଇଯାଇଛି  । ଏଥିରେ ମାର୍ଗଦର୍ଶିକା ଅନୁସାରେ  ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଓ୍ୱାଇ) କାର୍ଯ୍ୟକାରୀ କରି  ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍ )ର  ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା।   ୨୫  ଏପ୍ରିଲ୍ ୨୦୨୫  ସୁଦ୍ଧା ସମଗ୍ର ଦେଶରେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ସାମଗ୍ରିକ ଭାବେ ୧,୦୮,୨୧୨.୪୨ କୋଟି ହୋଇଥିବା ବେଳେ  ଓଡ଼ିଶା ୩୧ ,୩୨୪ କୋଟି ଟଙ୍କା ସଂଗ୍ରହ କରି ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା  ୫ ଟି ରାଜ୍ୟ ମଧ୍ୟରେ ପ୍ରଥମ ବିବେଚିତ ହୋଇଛି । ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ  ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ  ପ୍ରଦ୍ୟୁମ୍ନ କୁମାର ମହାକୁଡ଼ କାର୍ଯ୍ୟକ୍ରମରେ ଯୋଗଦେଇ   ଏହି ପ୍ରଶଂସା ପତ୍ର ଗ୍ରହଣ କରିବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି ।
   କେନ୍ଦ୍ର ସରକାରଙ୍କ କୋଇଲା ଓ ଖଣି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଜି.କିଶାନ ଯୋଗଦେଇ ଜିଲ୍ଲା ଖଣିଜ ପାଣ୍ଠି ସଂଗ୍ରହ ଓ  କାର୍ଯ୍ୟକାରିତାରେ ଆଗୁଆ ଥିବା ଯୋଗୁଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର  ଖଣି ସଚିବ   ଏଲ୍ କାନ୍ଥା ରାଓ ପ୍ରମୁଖ  ଉପସ୍ଥିତ ଥିଲେ ।
  ଜିଲ୍ଲାପାଳ, କେନ୍ଦୁଝରଙ୍କ ସମେତ ଦେଶର ଅନ୍ୟ ବିଭିନ୍ନ ରାଜ୍ୟର  ୪ ଜଣ ଜିଲ୍ଲାପାଳ ମିଳିତ ଭାବେ ଡିଏମଏଫ୍ ପାଣ୍ଠି ସଂଗ୍ରହ ଏବଂ ଏହାର ଉପଯୋଗିତାରେ କିପରି ସ୍ୱଚ୍ଛତା ବଜାୟ ରହିପାରୁଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଗୋଳ ଜିଲ୍ଲାପାଳଙ୍କ   ଟିମ୍ ର ସଦସ୍ୟ ମାନେ ଡିଏମ୍ ଏଫ୍ ପାଣ୍ଠି ସଂଗ୍ରହ ଓ ଏହାର କାର୍ଯ୍ୟକାରିତାରେ ରହୁଥିବା ଆହ୍ୱାନ ଓ ଏହାର ସମାଧାନ ସଂପର୍କରେ ଉପସ୍ଥାପନ କରିଥିଲେ ।  ଏହି ପରିପ୍ରେକ୍ଷୀରେ କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନୂଆଦିଲ୍ଲୀସ୍ଥିତ  ଜନପଥ ଠାରେ ଆୟୋଜିତ ହାଣ୍ଡଲୁମ ହାଟ ଠାରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଏହାକୁ ମନ୍ତ୍ରୀ ଶ୍ରୀ କିଶାନ  ଉଦଘାଟନ କରିଥିଲେ ।
ପ୍ରକାଶ ଯୋଗ୍ୟ ଯେ, ଦେଶର  ୨୩ ଟି ରାଜ୍ୟର  ୬୪୬ ଟି ଜିଲ୍ଲାରେ ଡିଏମଏଫ୍ ପ୍ରତିଷ୍ଠା କରାଯାଇଛି । ଡିଏମଏଫ୍ ପାଣ୍ଠି ସ୍ଥାପନରେ ଏହା ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି । ଖଣିଜ ଦ୍ରବ୍ୟ ଉତ୍ତୋଳନ ଯୋଗୁଁ ପ୍ରଭାବିତ ହେଉଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ  ଯୋଜନାରେ  ଏହି ପାଣ୍ଠି ଉପଯୋଗ କରାଯାଉଛି ।
ପଠାଣି ରାଉତଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *