ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ବୈଠକ ଅନୁଷ୍ଠିତ। ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି ବିଧାୟକ ମାନେ।
ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି |

ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ସୁନାକାର ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭୀଷ୍ମ ମହାନ୍ତି, ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପାଳ ରଘୁରାମ ଆର ଆୟାର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋରଞ୍ଜନ ରାଉତ,
ଏଡିଏମଓ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗୌରାଙ୍ଗ ଚରଣ ଗିରି, ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ନାୟକ, ଫାଇନାନସିଆଲ ଅଧିକାରୀ ଆଶୁତୋଷ ତ୍ରିପାଠୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ,ଡିପିଏମ ଏନଏଚଏମ, ଆସିଷ୍ଟାଣ୍ଟ ଇଂଜିନିୟର ବିଚିତ୍ର ମୋହନ ଜେନା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସୁପେରିଟେଣ୍ଡେଣ୍ଟ, ବ୍ଲକ ଓ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ |

ବୈଠକରେ ଭିତ୍ତିଭୂମି, ଷ୍ଟାଫ ପଜିସନ ସମେତ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା | ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ, ଯୋଜନାଗୁଡିକ ଯେପରି ତୃଣମୂଳ ସ୍ତରକୁ ଯିବ ଏବଂ ଜନସାଧାରଣ ଜାଣିବା ସହିତ ଉପକୃତ ହେଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମାନ୍ୟବର ବିଧାୟକ ଗଣ ସ୍ୱାସ୍ଥ୍ୟ ବିଭାଗର ଅଧିକାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଡାକ୍ତର ସମସ୍ୟା, ଆମ୍ବୁଲାନ୍ସ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବ୍ୟବସ୍ଥା, ସଠିକ ଭାବରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ପ୍ରଦାନ ସହିତ ଅନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି |

ସଭାରେ ଡେପୁଟି ମ୍ୟାନେଜର,ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
