ଜୁଆ ଖେଳ ଏକ ସାମାଜିକ ବ୍ୟାଧି। ଏଠିଯୋଗୁଁ ଯୁବପିଢ଼ି ନିଜ କର୍ମ ନ କରି ଅଳସୁଆ ହୋଇଯାଏ

ଜୁଆ ଖେଳ ଏକ ସାମାଜିକ ବ୍ୟାଧି। ଏଠିଯୋଗୁଁ ଯୁବପିଢ଼ି ନିଜ କର୍ମ ନ କରି ଅଳସୁଆ ହୋଇଯାଏ। ଆଜିକାଲି ମୋବାଇଲ ଫୋନରେ ଲୁଡୁ ଖେଳ ମାଧ୍ୟମରେ ମଧ୍ୟ୍ୟ ଜୁଆ ଖେଳ ହେଉଛି। ପୋଲିସ ଫାଣ୍ଡି ଅଧିକାରୀମାନଙ୍କ ଠାରୁନେଇ ଉପରିସ୍ଥ ଅଫିସର ପର୍ଯ୍ୟନ୍ତ ଏଥିପାଇଁ ଦାୟୀ ଅଟନ୍ତି।ଆମ ବ୍ରହ୍ମପୁର ପ୍ରତିନିଧି ଖାରିଆଗୁଡା ଫାଣ୍ଡି ଅଞ୍ଚଳରେ ଲକ୍ଷ୍ୟାଧିକ ଟଙ୍କା ର ଜୁଆଖେଳ ହେଉଥିବାର ଭିସୁଆଲ ନେଇଛନ୍ତି। ଏଠାରେ ସାଧାରଣ ଲୋକମାନେ ମତ ଦିଅନ୍ତି ଯେ ପୋଲିସ ଅଧିକାରୀମାନଙ୍କ ନିଷ୍କ୍ରିୟତା ଏବଂନୀରବ ଦ୍ରଷ୍ଟା ସାଜିବା ଯୋଗୁଁ ଏହି ଜୁଆ ଖେଳ ହେଉଛି।
ବର୍ତମାନ ପ୍ରାୟତଃ ଦେଖିବାକୁ ମିଳୁଛି ଜୁଆଖେଳ,ଚୋରି, ମଦ, ଗଞ୍ଜେଇ, କ୍ରାଇମ ରେ ନମ୍ବର ୱାନ କହିଲେ ଅତ୍ଯୁକ୍ତି ହେବ ନାହିଁ।

ଏମିତି ଏକ ଘଟଣା ଯାହା ଏହି ଅଂଚଳରେ ଦେଖିବାକୁ ମିଳିଛି।ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧିନସ୍ତ ଖାରିଆଗୁଡା ଫାଣ୍ଡି ଅଞ୍ଚଳ ର କଥା। ବର୍ତମାନ ଖାରିଆଗୁଡା ଅଞ୍ଚଳ ରେ ଚୋରି ର ପାଦୁର୍ଭାବ ବଡ଼ିବାରେ ଲାଗିଛି ହେଲେ ଖାରିଆଗୁଡା ଥାନା ଅଧିକାରୀ ଙ୍କ ନିଦ କେବେ ଭାଙ୍ଗିବ ବୋଲି ସାଧାରଣ ରେ ଚର୍ଚ୍ଚା ବିଷୟ ପାଲଠିଛି। ଏହାର ମୁଖ୍ୟ କାରଣ ହେଉଛି ଖାରିଆଗୁଡା ଫାଣ୍ଡି ନିକଟରେ ସାମନ୍ତରାପୁର ଗ୍ରାମ ରହିଛି।ଏଠି ପ୍ରତେକ ଦିନ ତିନି ଟା ଠାରୁ ସନ୍ଧ୍ୟା ସାତ ଘଣ୍ଟିକା ପର୍ଯ୍ୟନ୍ତ ଲକ୍ଷ୍ୟାଧିକ ଟଙ୍କା ର ଜୁଆଖେଳ ଚାଲି ଆସୁଛି ।

ଖାଲି ସେତିକି ନୁହେଁ ବର୍ତମାନ ଖାରିଆଗୁଡା ଫାଣ୍ଡି ଠାରୁ ପାତ୍ରପୁର ପର୍ଯ୍ୟନ୍ତ ଯେମିତି ଜୁଆଖେଳ ର ପାଦୁର୍ଭାବ ବଢ଼ି ଚାଲିଛି ଯାହା ଫଳରେ ପୂହୁଣ୍ଡି ଗ୍ରାମ ର ତୁମ୍ବେଶ୍ୱର ମହାପ୍ରଭୁ ଙ୍କ ହୁଣ୍ଡୀ, ତିନି ଘରିଆ ଗ୍ରାମ ର ହନୁମାନ ମନ୍ଦିର ହୁଣ୍ଡୀ, ବାରାହୀ ମନ୍ଦିର ରୁ ହୁଣ୍ଡୀ ସହିତ ଏହି ଅଞ୍ଚଳରେ ସାଧାରଣ ଲୋକଙ୍କ ଘରେ କଳାକନା ବୁଲେଇ ଚୋରି ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ଯେତେ ମନ୍ଦିର ରୁ ଚୋରୀ ହେଉଛି ପୋଲିସ କାହାରି ମଧ୍ୟ ଟେର ପାଉନି। ଏହି ଚୋରୀ ହୋଇଥିବା ମନ୍ଦିର ଟଙ୍କା କେବେ ମିଳିବ? ହେଲେ ଆମେ ଏଠି କାହାକୁ ଦୋଷ ଦେବା ଚୋରି କରୁଥିବା ଚୋର କୁ ନା ଜୁଆ ଖେଳୁ ଥିବା ଲୋକଙ୍କୁ । ଲୋକେ ଯେଉଁ ପୋଲିସ ଅଧିକାରୀ ଙ୍କୁ ଭରସା କରନ୍ତି ଯଦି ସେହି ଏରିଆ ରେ ଲକ୍ଷ୍ୟାଧିକ ଟଙ୍କା ର ଜୁଆଖେଳ ସବୁବେଳେ ହେବ ସେ ଅଞ୍ଚଳ ରେ ଚୋରି ତ ନିଶ୍ଚିତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଗଞ୍ଜାମ ରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *