ପାତ୍ରପୁର ବ୍ଲକ ର ଜୟନ୍ତୀପୁର ଗ୍ରାମ କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଉ ବୋଲି ଦାବି ହେଉଛି।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତୀପୁର ଠାରେ ଭାରତୀୟ ବିକାଶ ପରିଷଦ ର ସଭ୍ୟ,ସଭ୍ୟା ତଥା ଜୟନ୍ତୀପୁର ଅଞ୍ଚଳ ର ବୁଦ୍ଧିଜୀବୀ, ସ୍ବେଛାସେବୀ ଙ୍କୁ ନେଇ ଜୟନ୍ତୀପୁର ବସଷ୍ଟାଣ୍ଟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଓଡିଶା ସରକାର ଅଗଷ୍ଟ 2025 ରେ ମୋଟ 28 ନୂତନ ଗ୍ରାମ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ, (NOTIFIED COUNCIL AREA) ଘୋଷଣା କରିଛନ୍ତି, ଯାହାକି ଏକ ସ୍ୱାଗତ ପଦକ୍ଷେପ, କିନ୍ତୁ ଗଞ୍ଜାମ ଜିଲ୍ଲାର ଜୟନ୍ତୀପୁର ଗ୍ରାମ ଓ ସହର, ଆଇନନୁଯାୟୀ,ସାମାଜିକ,ଅର୍ଥନୈକ, ଯୋଗାଯୋଗ,ଶିକ୍ଷା,ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ବ୍ୟାପାର,ଜନସଂଖ୍ୟା,ଇତ୍ୟାଦି ଯୋଗ୍ୟତା,ଥିବାବେଳେ ରାଜ୍ୟସରକାର ଓ ପ୍ରଶାସନ ଜାଣିଶୁଣି ବୈମାତୃକ ମନୋଭାବ ପୋଷଣ କରିଥିବା ମୁଖ୍ୟ ଆଲୋଚନlର ବିଷୟ ପାଲିଟିଛି l
ଜୟନ୍ତୀପୁର-ପ୍ରସ୍ତାବିତ ବିଜ୍ଞାପିତ ଅଞ୍ଚଳପରିଷଦ(NAC) ଜୟନ୍ତୀପୁର ସହର/ ଗ୍ରାମ ପଞ୍ଚାୟତ ରେ ସମସ୍ତ ପଂଚାୟତ ସ୍ତରୀୟ ଡାକ୍ତର ଖାନା, ପଶୁ ଡାକ୍ତର ଖାନା ଇତ୍ୟାଦି ଅବସ୍ତିତ l ଜୟନ୍ତୀପୁର ସହର ଆନ୍ଧ୍ର ପ୍ରଦେଶ ସୀମାର 0 କିମି ଦୂରତାରେ ଅବସ୍ତିତ, l ଏହାର ଶତକଡା 65% ଭାଗ ଅଧିବାସୀ ତେଲୁଗୁ ସାମ୍ପ୍ରଦାୟର ଅଟନ୍ତି l ଏଠାରୁ ରାଜଧାନୀ ସହିତ ରାଜ୍ୟ ର ସମସ୍ତ ଜିଲ୍ଲା ଏବଂ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର, ଶ୍ରୀକାକୁଲମ, ବିଜୟନଗରମ ଓ ବିଶାକାପାଟନମ କୁ ସିଧାସଳଖ ଗମନାଗମନ ର ସୁବିଧା ଉପଲୋବ୍ଧ l ଆଇନlନୁଯାୟୀ ପ୍ରସ୍ତାବିତ ଜୟନ୍ତୀପୁର ଏନ ଏ ସି ର 2011 ମସିହା ଜନଗଣନା ଅନୁଯାୟୀ ଜନ ସଂଖ୍ୟା ଓ ସଂଲଗ୍ନ ରାଜସ୍ୱ ଗ୍ରାମ ନିମରେ ଦର୍ଶାଗଲା।
ଗ୍ରାମପଂଚାୟତ ର ନାମ ଗୁଡିକ ହେଉଛି
1-ଜୟନ୍ତୀପୁର -3940- ଜୟନ୍ତୀପୁର
2 ବୋରିବାଡ଼ – 748 –ଜୟନ୍ତୀପୁର
3- ଚିଡ଼ିପୁଡ଼ି -574 – ଜୟନ୍ତୀପୁର
4- ଆମ୍ବଗାଁ – 1612- ସାମାନ୍ତିଆପଲ୍ଲୀ
5-କେଶରୀପଡା -1668- କେଶରୀପଡା
6- ଭେଜିପଦର-1208-କେଶରୀପଡା
7- ଜୟପୁର- 337- B. ନୂଆଗାଁ
8- B. ନୂଆଗାଁ-1126-B. ନୂଆଗାଁ
9- T. ବ୍ରହ୍ମପୁର-0218 -B. ନୂଆଗାଁ
ମୋଟ ଜନସଂଖ୍ୟା = 11424
ଉପରୋକ୍ତ ତଥ୍ୟରୁ ଜଣାଯାଏ ସମସ୍ତ ଯୋଗ୍ୟତାଥିବାବେଳେ ରାଜ୍ୟସରକାର ଜାଣିଶୁଣି ଜୟନ୍ତୀପୁର କୁ ଏନ ଏ ସି ରେ ପରିଣତ ପାଇଁ ଘୋଷଣା କରିନାହାନ୍ତି, ତେଣୁ ତୁରନ୍ତ ପତ୍ରପ୍ରାପ୍ତିର ସାତ ଦିନମଧ୍ୟରେ ବିଧିବଦ୍ଧ ଭାବେ ଜୟନ୍ତୀପୁର କୁ ବଜ୍ଞାପିତ ଅଞ୍ଚଳ ପରିଷଦ (NAC) ଘୋଷଣା ନକରାଯାଏ ସର୍ବସାଧାରଣ ରାଜରାସ୍ତାକୁ ଓଲ୍ଲାହିଁବେ। ଯଦି ଏଥିରେ କୌଣସି ଧନଜୀବନ କ୍ଷତି ହୁଏ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ l
ଗଞ୍ଜାମ ଜୟନ୍ତୀ ପୁରୁ ରୁ ପୂନୁନ ଷଡ଼ଙ୍ଗୀ ଙ୍କ ରିପୋର୍ଟ,ଫୋଟୋ ନିୟୁଜ ଟାଇମ୍ସ।
