ଝାଉଁ ଜଙ୍ଗଲ ମଝିରୁ କୋଟି କୋଟି ଟଙ୍କାର ବାଲି ଚୋରି

ବାଲୁଖଣ୍ଡ ଅଭୟାରଣ୍ୟ ଝାଉଁ ଜଙ୍ଗଲ ମଝିରୁ କୋଟି କୋଟି ଟଙ୍କାର ବାଲି ଚୋରି। ପୁରିଜିଲ୍ଲା ବନ ବିଭାଗ , ସ୍ଥାନୀୟ ପୋଲିସ ଓ ମାଇନ୍ସ ବିଭାଗ କାର୍ଯ୍ୟ ସନ୍ଦେହ ଘେରରେ ।
ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”। ସାଧାରଣରେ ଦାବି ହେଉଛି ମୁଖ୍ୟମନ୍ତ୍ରୀ ବାଲୁଖଣ୍ଡ ଅଭୟାରଣ୍ୟକୁ ମାଫିଆଙ୍କ କବଳରୁ ମୁକ୍ତ କରନ୍ତୁ ।‌
ବାଲି ମାଫିଆ ଓ ବନ ବିଭାଗ କର୍ମଚାରୀଙ୍କ ଜାଣତରେ ବାଲୁଖଣ୍ଡ ଅଭୟାରଣ୍ୟର ଲୁଣା ବାଲି ଚୋରି ହେଇଛି । ଶହ ଶହ ଏକର ନିଷେଧାଞ୍ଚଳ ଜମିରୁ ଲୁଣାବାଲି ଲୁଟ ଘଟଣା ଏବେ ସାମ୍ନାକୁ ଆସିଛି। ରାତି ଅଧରେ ଲୁଟ ହୋଇଛି ଲୁଣାବାଲି। ମିଳି ଭଗତରେ ସରକାରୀ ଯାଗାରୁ ଚୋରି ହୋଇଛି ଲୁଣାବାଲି।


ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟ ଝାଉଁ ଜଙ୍ଗଲ ମଝିରୁ ଶହ ଶହ ଏକର ଲୁଣା ଜଙ୍ଗଲ ମଝିରୁ ଲୁଟ ହୋଇଛି ୧୦୦ କୋଟି ଟଙ୍କାର ବାଲି । ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ପୁରି ବନ ବିଭାଗ, ସ୍ଥାନୀୟ ପୋଲିସ ଓ ମାଇନ୍ସ ବିଭାଗ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଛଇତନା ରାମଚଣ୍ଡୀ ମେରାଇନ ଡ୍ରାଇଭ ରାସ୍ତାର ବାମ ପାର୍ଶ୍ୱରେ ତିନୋଟିରୁ ଉର୍ଦ୍ଧ୍ବ ସ୍ଥାନରୁ ନିଷେଧାଞ୍ଚଳରୁ ଲକ୍ଷ ଲକ୍ଷ ଝାଉଁ ଗଛ କଟାଯାଇ ବେଆଇନ ଭାବରେ ଲୁଣା ବାଲି ଲୁଟ ହେବା ଘଟଣା ଅଭିଯୋଗ ଆସିବା ପରେ ସତ ସାମ୍ନାକୁ ଆସିଛି । ବାଲୁଖଣ୍ଡ ଅଭୟାରଣ୍ୟ ଧ୍ବଂସ ହେବା ଆଶଙ୍କା ସୃଷ୍ଟି ହୋଇଛି । ମିଳୁଥିବା ଅଭିଯୋଗ ଅନୁସାରେ ପୁରି ଜିଲ୍ଲା ମେରାଇନ ଡ୍ରାଇଭ ରାସ୍ତା ଛଇତନା ଓ ରାମଚଣ୍ଡୀ ରାସ୍ତାର ବାମ ପାର୍ଶ୍ୱରୁ ଜଙ୍ଗଲ ଭିତରକୁ ରାସ୍ତା ନିର୍ମାଣ କରି ଲକ୍ଷ ଲକ୍ଷ ଝାଉଁ ଗଛ କଟା ଯାଇ ଶହ ଶହ ଏକର ନିଷେଧାଞ୍ଚଳ ବନ ବିଭାଗର ଝାଉଁ ଜଙ୍ଗଲ ମଝିରୁ ଲୁଣି ବାଲି ଚୋରି ହେବା ଘଟଣା ସାମ୍ନାକୁ ଆସିବା ଘଟଣା ସମଗ୍ର ପୁରି ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଖାଲି ବନ ବିଭାଗ ନୁହେଁ ସ୍ଥାନୀୟ ପୋଲିସ ଓ ମାଇନ୍ସ ବିଭାଗ କାର୍ଯ୍ୟ କଳାପ ଉପରେ ସନ୍ଦେହ ସୃଷ୍ଟି ହେଉଛି । ଜେସିବ ମେସିନ୍ ସାହାର୍ଯ୍ୟରେ ହାଇଓ୍ବା ମାଧ୍ୟମରେ ଲକ୍ଷ ଲକ୍ଷ ଟ୍ରିପ ବାଲି ଲୁଟ କରିବା ସହିତ ଝାଉଁ ଜଙ୍ଗଲ ଅଭୟାରଣ୍ୟକୁ ହ୍ରଦରେ ପରିଣତ କରିଛନ୍ତି ମାଫିଆ ମାନେ । ଏ ନେଇ ଭୟରେ ସ୍ଥାନୀୟ ଲୋକମାନେ ମୁହଁ ଖୋଲୁନଥିବା ସୂଚନା ମିଳିଛି । ଏହି ବାଲି ଚୋରି ପଛରେ ବଡ ଧରଣର ରାକେଟ ଥିବା ଅନୁମାନ କରାଯାଉଛି । ଛଇତନା ପଟରୁ ରାମଚଣ୍ଡୀ ମେରାଇନ ଡ୍ରାଇଭ ରାସ୍ତାରେ ଆସିବା ସମୟରେ ଜଙ୍ଗଲ ମଝିକୁ ବେଆଇନ ରାସ୍ତା ନିର୍ମାଣ ହୋଇଛି । ରାଜ୍ୟ ସରକାର ବାଲୁଖଣ୍ଡ ଅଭୟାରଣ୍ୟ ସୃଷ୍ଟି ପାଇଁ ପଚାର ଓ ପ୍ରସାର ସହିତ ନୋଟିସ ବୋର୍ଡ ମାରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବନ୍ଯ ଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗକୁ ଦାୟିତ୍ଵ ଦେଇଛନ୍ତି । ଯେଉଁ ମାନେ ଏହି ବାଲିରେ ଘର ନିର୍ମାଣ କରିଥିବେ ତେବେ ଘରର ସ୍ଥାୟୀତ୍ବ ନେଇ ପ୍ରଶ୍ନ ଉଠିଛି । ଏହି ଅସାଧୁ କାରବାରରେ ବନ ବିଭାଗ, ପୋଲିସ ଓ ମାଇନ୍ସ ବିଭାଗ ହାତଥିବା ସାଧାରଣରେ ଦାବି ହେଉଛି । ବାଲୁଖଣ୍ଡ ଅଭୟାରଣ୍ୟ ଜମିରୁ ଝାଉଁ ଗଛ ଲୁଟ, ଲୁଣା ବାଲି ଲୁଟ ଚାଲିଥିବା ବେଳେ ଏହାର ପ୍ରତିକାର କେବଳ ନୋଟିସ ବୋର୍ଡରେ ସିମିତ ଅଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।
ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *