ଟାଟା ପାୱାର ର ବିରୋଧରେ ବିଦ୍ୟୁତ କର୍ମଚାରୀ ସଂଘ

 

ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟୁତ୍ କର୍ମଚାରି ସଙ୍ଗର ୬୩ ତମ ବାର୍ଷିକ ଅଧିବେଶନ ସମ୍ମିଳନୀ ରାୟଗଡ଼ା ଜିଲ୍ଲା ଅଡିଟୋରିୟମ ପାଳନ କରାଯାଇଛି।


ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବ ରେ ବିଜୁ ସ୍ୱାଭିମାନ ମଞ୍ଚ ର ଆବାହକ ଏନ ଭାସ୍କର ରାଓ ,ପୁର୍ବତନ ସାଂସଦ ଏବଂ ଆଈ ଏନ ଟି ୟୁ ସି ସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ, ରାୟଗଡ଼ା ର ବିଧାୟକ ଆପଲ ସ୍ବାମୀ କାଡରକା, ଆଇ ଅନ ଟି ୟୁ ସି ର ରାୟଗଡ଼ା ଜିଲ୍ଲା ସଭାପତି ଭବାନି ଶଙ୍କର ଜେନା ଓ ବସନ୍ତ କୁମାର ମହାପାତ୍ର ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରି ସଙ୍ଘ ର ସଭାପତି ଯୋଗ ଦେଇ ଥିଲେ।ଏହି ସମ୍ମିଳନୀ ରେ ଶ୍ରମିକ ଓ କର୍ମଚାରି ମାନଙ୍କ ସୁରକ୍ଷା ଦାୟିତ୍ଵ ଓ ସଂଗଠନ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ସମସ୍ୟା ଗୁଡ଼ିକ ଟାଟା କମ୍ପାନୀ ଓଡ଼ିଶା ରେ ଆସିଲା ପାରେ ଗ୍ରାହକ ଙ୍କୁ କିପରି ସେବା ଯୋଗାଇ ଦଉଚି, କର୍ମଚାରୀ ମାନଙ୍କୁ 8 ଘଣ୍ଟା ରୁ 14 ଘଣ୍ଟା କାର୍ଯ୍ଯ ରେ ନ କରାଇ ନୂଆ ନିଯୁକ୍ତି ସୃଷ୍ଟି କରିବା, ଠିକା କର୍ମଚାରି ଙ୍କୁ ସ୍ଥାୟୀ ନିଯୁକ୍ତ କରିବା, ପୁରୁଣା ପେନସନ ଲାଗୁ କରିବା ଓ କର୍ମଚାରି ମାନଙ୍କ ବିମା ରାଶି 5 ଲକ୍ଷ ରୁ 10 ଲକ୍ଷ୍ୟ କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସଭାପତି ବସନ୍ତ କୁମାର ମହାପାତ୍ର ଦାବି ରଖିଛନ୍ତି।


ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *