ରାୟଗଡ଼ା ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଶ୍ରୀ କୋଣ୍ଡାବାବୁଙ୍କ ସାମ୍ବାଦିକ ସମିଳନୀ।
ରାୟଗଡ଼ା ଜିଲ୍ଲା ଟ୍ରକ ମାଲିକ ସଂଘ ତରଫରୁ ରାୟଗଡ଼ା ସହର ସ୍ଥିତ ସଂଘ ଅଫିସରେ ସାମ୍ବାଦିକ ସମ୍ବିଳନି କରିଛନ୍ତି। ସଂଘ ସଭାପତି ସାମ୍ବାଦିକ ମାନଙ୍କୁ ଅବଗତ କରାଇଛନ୍ତି ଯେ ରାୟଗଡ଼ା ଜିଲ୍ଲା ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ନାମରେ ଗତ ୪୦ ବର୍ଷରେ, ସେ ଟ୍ରକ୍ ମାଲିକ ସଂଘର ୬୦ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଥିନେଇ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ ହୋଇଛି। ମାତ୍ର ପୋଲିସ ପ୍ରମାଣ ଅଭାବରୁ ଏଫ୍ ଆଇ ଆର ଗ୍ରହଣ କରୁନାହାନ୍ତି। ତାର ପ୍ରତିବାଦ ସ୍ୱରୂପ ଶ୍ରୀ ଏନ୍.ଭାସ୍କର ରାଓଙ୍କ ଟ୍ରକ୍ ମାଲିକ ସଂଘ ସଭାପତି ଥିବା ସମୟରେ କେତେ ବର୍ଷ ରହି କେତେ ଟଙ୍କା ଆଦାୟ ହୋଇଥିଲା ଏବଂ ତାର ହିସାବ ସିଏ. ପୃଥିବୀରାଜ ଓ ଟ୍ରକ୍ ମାଲିକ ସଂଘ ସଭାପତି ଶ୍ରୀ କୋଣ୍ଡାବାବୁଙ୍କୁ ବିସ୍ତୃତ ବିବରଣୀ ଦେଇପାରୁନାହାନ୍ତି। ଏହି ସହରରେ ଏନ.ଭାସ୍କର ରାଓ ଏବଂ ତାଙ୍କ ଟିମ୍ ଦ୍ଵାରା ବିଶୃଙ୍ଖଳା,ଜମି ମାଫିଆ ଦ୍ଵାରା ଜମି କବଜା କରିବା ସହ ବହୁତ୍ ଗୁଡାଏ ଟ୍ରକ୍ ମାଲିକ ମାନଙ୍କ ଟଙ୍କା ଆତ୍ମସାଥ କରିଥିବା ଅଭିଯୋଗ କରିଛନ୍ତି। ଶ୍ରୀ କୋଣ୍ଡାବାବୁ ଏହି ସବୁ ପ୍ରମାଣ ସହ ଶ୍ରୀ ଏନ୍.ଭାସ୍କର ରାଓଙ୍କ, ଏମ.ଚିତ୍ତୀ.ଏନ୍.କ୍ରିଷ୍ଣା ଏହି ୩ ଜଣକ ନାମରେ ଏତେଲ ଦେଲା ପରେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ ରାୟଗଡ଼ା ଜିଲ୍ଲା ଟ୍ରକ ମାଲିକ ମାନେ ରାଜ ରାସ୍ତାକୁ ଓହ୍ଲାଇ, ରାସ୍ତା ଅବରୋଧ କରି ପ୍ରତିବାଦ କରିବେ ବୋଲି ଧମକ ଦେଇଛନ୍ତି।
ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
ଟ୍ରକ୍ ମାଲିକ ସଂଘର ୬୦ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ
