ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଠିକାଦାର ସଂଘ ମନମୁଣ୍ଡା ଡାକ ବଙ୍ଗଳା ଠାରେ ଗଠିତ ହୋଇଯାଇଛି।

ଆଜିର ଏହି ବୈଠକରେ ଅଞ୍ଚଳର ସମସ୍ତ ଠିକାଦାର ଉପସ୍ଥିତ ଥିବା ବେଳେ ପ୍ରଥମେ ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ ପୁରନ୍ଦ୍ର ବକ୍ସିଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପ ସଭାପତି ଶିବ ନାରାୟଣ ଚଉଳିଆ, ସମ୍ପାଦକ ଅଶୋକ କୁମାର ବାରିକ, କୋଷାଧ୍ୟକ୍ଷ ଶାନ୍ତନୁ ଥାର୍ଟି, ଉପଦେଷ୍ଟା ଡମ୍ବରୁଧର କହଁର ଙ୍କୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା। ସରକାରଙ୍କ ସମସ୍ତ ଠିକା କାର୍ଯ୍ୟ ଯେପରି ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ଏବଂ ବାହାର ଜିଲ୍ଲାର ଠିକାଦାର କୌଣସି ଠିକା କାର୍ଯ୍ୟରେ ଆବେଦନ ନକରିବେ ସେହି ଉପରେ ଆଲୋଚନା ହୋଇଥିଲା।

ଆଜିର ଏହି ବୈଠକରେ ଠିକାଦାର ସଂଘର ସଦସ୍ୟ, ତାପସ ଖଟୁଆ, ଶିବ କର୍ଣ୍ଣ, ସଞ୍ଜୀବ କୁମାର ସାହୁ, ରାଜେନ୍ଦ୍ର ମେହେର, ସୁଧୀର ମହାକୁଡ, ଗଣେଶ୍ୱର ପାତ୍ର, ରବି ସାହୁ, ପ୍ରଫୁଲ୍ଲ ପଟ୍ଟନାୟକ, ସରୋଜ ତ୍ରିପାଠୀ, ରଞ୍ଜିତ ସାହୁ, ଗଣେଶ୍ୱର କର୍ଣ୍ଣ, ଯୋଷୋବନ୍ତ ସାହୁ, ରବିନାରାୟଣ ପଣ୍ଡା, ଅଶୋକ ସିଂ,ବିପ୍ର ବେହେରା ଓ ଅନ୍ୟମାନେ ସାମିଲ ଥିଲେ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
