ଡବଲ ଇଂଜିନ ସରକାରରେ ଚିକିତ୍ସା କ୍ଷେତ୍ରରେ ଡବଲ ଝଟକା ବାରିପଦା

ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଉତ୍ତମ ଚିକିତ୍ସା ଓ ରୋଗୀ ସେବା କ୍ଷେତ୍ରରେ ବ୍ୟାପକ ଅବହେଳାର ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ ଏଥିରେ ଜିଲ୍ଲା ପ୍ରଶାସନ ଓ ବିଜେପି ସରକାରର କୌଣସି ଗୁରୁଦାୟିତ୍ୱ ନାହିଁ ଭଳି ମନେହୁଏ l ରୋଗୀଙ୍କ ଜୀବନ ଏକରକମର ଭଗବାନ ଭରଷା l ଅତି ଦୁଃଖର ସହିତ କହିବାକୁ ପଡୁଛି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲା, ୯ ଜଣ ବିଜେପି ବିଧାୟକ ସେଥିରୁ ପୁଣି ୨ ଜଣ ମନ୍ତ୍ରୀ ଅଛନ୍ତି ରାଜ୍ୟ ସରକାରରେ, ଜଣେ ସାଂସଦ ଓ ଆଉଜଣେ ରାଜ୍ୟସଭା ସାଂସଦ ଅଛନ୍ତି ଏହି ଜିଲ୍ଲାର ଜନସାଧାରଣ ଜିତଇଛନ୍ତି ସବୁପ୍ରକାର ସୁଖସୁବିଧା ଓ ଉନ୍ନତ ଚିକିତ୍ସା ପାଇବା ଉଦେଶ୍ୟ ରଖି କିନ୍ତୁ ତାହା ଆଜି ସାତ ସପନ l ବାରିପଦା ମୁଖ୍ୟ ଚିକିତ୍ସାଳ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ରୋଗୀ ଉଚିତ ଚିକିତ୍ସା ନପାଇ ହେଉଛି ହନ୍ତସନ୍ତ l

ବିଭିନ୍ନ ଅବହେଳା ମଧ୍ୟରେ ବାରିପଦା ମୁଖ୍ୟ ଚିକିତ୍ସାଳ ଲମ୍ବା ଲିଷ୍ଟ ଥିବାଭିତରେ ଏକ ଗୁରୁତର ଦାୟିତ୍ୱହୀନତା ଓ ଅବହେଳା ଆମ ସମ୍ମୁଖରେ ଆସିଲା ଯାହା ସଭ୍ୟସମାଜରେ ଏକ କଳଙ୍କିତ ଦୃଶ୍ୟ ଓ ଜିଲ୍ଲା ପ୍ରଶାସନ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପରିବାପଣିଆ କୁ ପ୍ରଶ୍ନ ଚି଼ହ୍ନ l କୌଣସି ରୋଗୀର ଯଦି କୌଣସି ରେଡ଼ିଓଲୋଜି ବିଭାଗ ଟେଷ୍ଟ ଯେମିତି ଅଲଟ୍ରାସାଉଣ୍ଡ, ଏକ୍ସ- ରେ, ସିଟ ସ୍କାନ ଇତ୍ୟାଦି ଇତ୍ୟାଦି କରିବାକୁ ପଡେ ତେବେ ଅତି ରୁ ଅତି ସିରିଏସ ରୋଗୀକୁବି ନିଜ ସମ୍ପର୍କୀୟଙ୍କ ଦ୍ୱାରା ଅସୁରକ୍ଷିତ ଭାବେ ନିଜେ ହସ୍ପିଟାଲ ରୁ ରେଡ଼ିଓଲୋଜି ବିଭାଗକୁ ରାସ୍ତା ପାର କରି ପ୍ରାୟ ଏକ କିଲୋମିଟର ନେବାକୁ ପଡିବାର ଦୃଶ୍ୟ ଅତି ଅମାନବିୟତା ଓ ଜିଲ୍ଲା ପ୍ରଶାସନ ଓ ଚିକିତ୍ସା ବିଭାଗର ଚରମ ଅବହେଳାକୁ ଦର୍ଶାଉଛି l

ଉକ୍ତ ଡିପାର୍ଟମେଣ୍ଟ କୁ ନେବାପାଇଁ ବିଭାଗ ତରଫରୁ ବ୍ୟାଟେରୀ ଚାଳିତ ଗାଡି ର ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀ ସଂଖ୍ୟା ଆନୁପାତରେ ସମୁଦ୍ର କୁ ଶଙ୍ଖେ ଏବଂ ଷ୍ଟାଫ୍ଙ୍କ ଖମାଖିଆଲ ମାରଣାନୀତି ଯୋଗୁଁ ସେ ସେବାରୁ ଅଧିକାଂଶ ରୋଗୀ ବଂଚିତ ବୋଲି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଘା ନାହିଁ l ଆହୁରି ଅନେକ ସମସ୍ୟା ଭିତରେ ବାରିପଦାମୁଖ୍ୟ ଚିକିତ୍ସାଳୟ ଓ ପିଆରଏମ ମେଡିକାଲକଲେଜର ଯେପରିକି ବାରମ୍ବାର କରେଣ୍ଟକାଟ, ଟ୍ରିଟମେଣ୍ଟ ନକରି ଅନ୍ୟ ସ୍ଥାନକୁ ରେଫର କରିବା,ମାଗଣା ଔଷଧ ନମିଳିବା ଓ ଡାକ୍ତର ଓ ନର୍ସିଙ୍ଗ ଷ୍ଟାଫ୍ ଙ୍କ ରୋଗୀଙ୍କ ପ୍ରତି ଖରାପ ବ୍ୟବହାର ଇତ୍ୟାଦିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନକୁ ଯଥାଶୀଘ୍ର ଗୁରତ୍ୱର ସହିତ ନେବାକୁ ଓଡିଶା ସାମ୍ବାଦିକ ମହାସଂଘ ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁକୁମାର ରଞ୍ଜନ ପ୍ରଧାନଙ୍କ ତରଫରୁ ଚେତାଇ ଦିଆଯାଉଛି ନଚେତ ଆଗାମୀ ଦିନରେ ଏହାକୁ ନେଇ ଅତି ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିବ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଡବଲ ଇଂଜିନ ସରକାରଙ୍କୁ l

Leave a Reply

Your email address will not be published. Required fields are marked *