ରାୟଗଡା ଡାକ ମଣ୍ଡଳ ପକ୍ଷରୁ ପୋଷ୍ଟମାଷ୍ଟର୍ ଜେନେରାଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଦକ୍ଷ କର୍ମଚାରୀ ସମ୍ମାନିତ। ରାୟଗଡା ଡାକ ମଣ୍ଡଳ ପକ୍ଷରୁ ବ୍ରହ୍ମପୁର ରିଜିଅନର ପୋଷ୍ଟମାଷ୍ଟର୍ ଜେନେରାଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡାକ ବିଭାଗର ସେବାକ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ କିଛି ଚୟିତ କର୍ମଚାରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ପୁରସ୍କାର ପାଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଫୁଲମାନୀ ଏକା, ଉପ ଡାକପାଳ, ଜେ.କେ. ପୁର ବଜାର ଡାକଘର; ଚକ୍ରପାଣି ଦଳପତି, ଉପ ଡାକପାଳ, ରାୟଗଡା ବଜାର ଡାକଘର; ପି. ସନ୍ତୋଷ, ପି.ଏ., ରାୟଗଡା ପ୍ରଧାନ ଡାକଘର ଓ ରାଜେଶ ରାଇପଲ୍ଲୀ, ଉପ ଡାକପାଳ, ରାୟଗଡା କଲେଜ ଡାକଘର ଅନ୍ତର୍ଭୁକ୍ତ ଥିଲେ।
ଉତ୍ସବରେ ଅତିଥିମାନେ ଡାକ ବିଭାଗର କର୍ମଚାରୀମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ଓ ସାଧାରଣ ଲୋକଙ୍କ ସହ ତାଙ୍କର ସମ୍ପର୍କକୁ ପ୍ରଶଂସା କରିଥିଲେ। ଏପରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କର୍ମଚାରୀଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହ ଓ ଦାୟିତ୍ୱବୋଧ ସହ କାମ କରିବାକୁ ପ୍ରେରିତ କରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
