ଡ୍ରାଗନ ଫଳର ଏନ୍ତୁଡ଼ି ଶାଳ

ରାୟଗଡା ଏବେ ଅର୍ଥକାରୀ ଫଳର ଏନ୍ତୁଡ଼ି ଶାଳ ପାଲଟିଛି। ଫଳ ଚାଷ କରି ଏଠାକାର ଚାଷୀମାନେ ଓଡିଶାକୁ ନୂଆଦିଶା ଦେଉଛନ୍ତି। ବାସ୍ତବରେ ସରକାର  ଏମାନଙ୍କୁ ଆର୍ଥିକ ସହାୟତା, ବଜାରକରଣରେ ସହାୟତା ଏବଂ କୃଷିବିଭାଗ ତରଫରୁ ଚାଷ ପ୍ରଣାଳୀରେ ସହାୟତା ଯୋଗାଇବା ଉଚିତ।
  ରାୟଗଡା ଜିଲ୍ଲାରେ ଡ୍ରାଗନ ଫଳ ଚାଷ   “ମା ନନ୍ଦ ଗଣ୍ଡl ସ୍ୱୟଂସହାୟକ ଗୋଷ୍ଠୀ” ଆରମ୍ଭ କରିଛନ୍ତି।
ରମାନାଗୁଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ।  ଏଠାକାର ଚାଷୀ ମାନଙ୍କର ଆୟ  ଅଳ୍ପ ଅଟେ। ଏଥିପାଇଁ ଏହି ଅଞ୍ଚଳରେ ଉଚ୍ଚଆୟ ସମ୍ପନ୍ନ ଚାଷ ପାଇଁ  ରାଜ୍ୟ ସରକାରଙ୍କର “ଓଡିଶା ଜୀବିକା ମିଶନ” (OLM) ତରଫରୁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି। ତାମଧ୍ୟରୁ ଗୋଗୁପlଡୁ ଗ୍ରାମ ପାଞ୍ଚାୟତର ଗୋଟା ଗ୍ରାମରେ ଥିବା “ମା ନନ୍ଦ ଗଣ୍ଡା ସ୍ୱୟଂସହାୟକ ଗୋଷ୍ଠି” ସଭ୍ୟାମାନେ  (ଓଡିଶା ଜୀବିକା ମିଶନ)  ଅଧିକ ମୂଲ୍ୟଯୁକ୍ତ ଶସ୍ଯ  ଅଧିନରେ ଡ୍ରାଗନ ଫଳ ଚାଷ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ।
ଏହାପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କୃଷି ବିଭାଗ , ଉଦ୍ୟାନ ବିଭାଗ ଓଡିଶା ଜୀବିକା ମିଶନ ଓ ବିଭିନ୍ନ ବିଭାଗକୁ ନେଇ ଏକ କମିଟି ଗଠନ କରାଯାଇଅଛି।   ସବୁ ବିଭାଗର ସହଭାଗୀତାରେ ଉକ୍ତ ଚାଷ କିପରି ଉନ୍ନତ ଧରଣର କରାଯିବ,  ତାହା ସ୍ଥିରୀକୃତ କରାଯାଇଅଛି।  ଡ୍ରାଗନ ଫଳ ଚାଷ ନିମନ୍ତେ ମୃତିକା ପରିକ୍ଷଣ କରାଯାଇଅଛି। ଏହାପରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା  ଓ କୃଷି ବିଭାଗର ପରାମର୍ଶ ଅନୁଯାଇ ଜମିକୁ ଚାଷ ଉପଯୋଗୀ କରାଯାଇଅଛି।
ସ୍ୱୟଂସହାୟକ ଗୋଷ୍ଠିର ସଭ୍ୟାମାନଙ୍କୁ ଉକ୍ତ ଚାଷ ନିମନ୍ତେ ପ୍ରଶିକ୍ଷଣ ଦେବାପାଇଁ କନ୍ଧମାଳ ଜିଲ୍ଲାର   ଫିରିଙ୍ଗିଆ ବ୍ଲକକୁ ପରିଦର୍ଶନ କ୍ଷେତ୍ର ନିମନ୍ତେ ନିଆଯାଇଅଛି।  ଏହା  ପରେ ମା ମାନେ ପ୍ରାୟ ୦.୭୫ ଏକର ଜମିରେ ଚାଷ କରିବା ପାଇ ୧୫୦ ଗୋଟି ପୋଲ ଏବଂ  ଫ୍ରେମ ତିଆରି କରିଥିଲେ ପୋଲ ଏବଂ ଫ୍ରେମର ଦାମ ମୋଟ ୧୨୦୦ ଟଙ୍କା ଏବଂ ମୋଟ ୧୫୦ ସେଟ ନିମନ୍ତେ ୧,୮୦,୦୦୦ ଟଙ୍କା ଖର୍ଚ ହେଇଛି । ଚାଷ ନିମନ୍ତେ ୬୦୦ ଚାରା ପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ କରାଯାଇଛି ।
ଉକ୍ତ ଖର୍ଚ୍ଚ ଓଡିଶା ଜୀବିକା ମିଶନ (ଅଧିକ ମୂଲ୍ୟ ଯୁକ୍ତ ଶସ୍ଯ) ସ୍କୀମରୁ ବହନ କରାଯାଇଛି। ଉଦ୍ୟାନ ବିଭାଗ ତରଫରୁ  ଡ୍ରିପ ଏବଂ ଚାରା ନିମନ୍ତେ ସବସିଡିର ବ୍ୟବସ୍ତା କରାଯାଇଛି l ଉକ୍ତ ଚାଷ କରିବାର ଏକ ବର୍ଷ ଅତିକ୍ରମ ହୋଇଛି ।ବର୍ତମାନ ଫଳ ଅମଳ ସହିତ ବଜାରରେ ବିକ୍ରି ମଧ୍ୟ ଆରମ୍ଭ ହେଲାଣି ।
 ଏହି ଚାଷରୁ ୧ କେଜି କୁ ୩୦୦ ଟଙ୍କା ହିସାବରେ ବର୍ଷକୁ ପ୍ରାୟ ୭ ରୁ ୮ ଲକ୍ଷ୍ୟ ଆୟ ହେବାର ସମ୍ଭାବନା ରହିଛି ।
ଏହିଭଳି ଏକ ନିଆରା ଏବଂ ଉଚ୍ଚ ଜ୍ଞାନ କୌଶଳ ସମ୍ପନ୍ନ ଡ୍ର୍ଯାଗନ ଫୃଟ ଚାଷ  ଜିଲ୍ଲାପାଳ  ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ମାର୍ଗଦର୍ଶିକା ଅନୁଯାୟୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡା,  ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନ , ବ୍ଲକ ପ୍ରଶାସନର ବୈଷୟିକ ଓ ସମୟୋପଯୋଗୀ ନିରନ୍ତର  ପ୍ରୋସାହନ ଓ  ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ନିରନ୍ତର ଉଦ୍ୟମରେ ସଫଳ ହେଇଅଛି ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *