ଓଡ଼ିଶା କୃଷକ ସଭା”ଏବଂ ପୁରୀ ଜିଲ୍ଲା କମିଟି ସହାୟତାରେ ବ୍ରହ୍ମଗିରି ଅଂଚଳରେ ଶହ ଶହ ବାସହୀନ, ଭୂମିହିନ ପରିବାର ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସିନେମା ହଲ ଛକ ଠାରୁ ଏକ ରାଲି ବାହାରି ଥିଲା।ସେମାନେ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପରିବାର ଗୁଡ଼ିକ “ବସୁନ୍ଧରା” ଯୋଜନାରେ ଘର ଡିହ ଓ ଜମିପଟା ନ ପାଇ ଖୋଲା ଆକାଶତଳେ ଶହ, ଶହ ବର୍ଷ ଧରି ବାସକରି ଆସୁଛନ୍ତି ।
କିଛି ମୁଷ୍ଟିମେୟ ଲୋକ ଚଂଚକତା କରି ହଜାର ହଜାର ଏକର ସରକାରୀ ଜମି ଦଖଲ କରିଛନ୍ତି ।କିନ୍ତୁ ଯେଉଁ ପରିବାର ବାସ ଉପଯୋଗୀ ଜମି ପାଇବା ପାଇଁ ହକଦାର ସେମାନେ ଏବେବି ବଞ୍ଚିତ ଅଛନ୍ତି।୧୯୬୨ ର ଧାରା ୩ (୨) OG.LS Act. ଅନୁଯାୟୀ ବାସହୀନ-ଭୂମି ହିନଙ୍କୁ ଚିହ୍ନଟ କରି ଘରଡିହ ପଟ୍ଟା ଓ ଜମି ପଟ୍ଟା ଦେବା ସହିତ ସରକାର ଯୋଜନାରେ ଗୃହ ନିର୍ମାଣ କରାଯାଉ । ପୁରୀ ସାତପଡା ୩୧୬ ଜାତୀୟ ରାଜପଥ ଗାଈ ଗୋରୁଙ୍କ ଆଶ୍ରୟ ସ୍ଥଳ ପାଲଟିଛି ।
ଫଳରେ ଦୁର୍ଘଟଣାରେ ଧନ ଜୀବନ ନଷ୍ଟ ହେଉଛି। ମାଙ୍କଡ, ବାରାହା ଆଦି ଜଙ୍ଗଲି ପଶୁମାନଙ୍କ ଦାଉରୁ ଫସଲ ରକ୍ଷା କରିବା ସଙ୍ଗେ ସଙ୍ଗେ ଫସଲ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରାଯାଉ। ବାଲି ଚୋରା ଚାଲଣ ବନ୍ଦକରି ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା କରାଯାଉ। ତହସିଲରେ ତୁରନ୍ତ ଶୋଷଣ ମୁକ୍ତ ସେବା ପ୍ରଦାନ । ଉପରୋକ୍ତ ସମସ୍ୟା ସମାଧାନ ଦାବି କରି ବ୍ରହ୍ମଗିରି ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହାର ସମାଧାନ ଯଥା ଶୀଘ୍ର କରା ନ ଗଲେ ଆଗାମୀ ଦିନରେ ବିକ୍ଷୋଭ ଭୟାଵହ ହେବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଛି।
ପୁରୀରୁ ଫଟୋ ନ୍ୟୁଜ ଟାଇମ୍ସର ଜିଲ୍ଲା ପ୍ରତିନିଧି ପ୍ରସନ୍ନ କୁମାର ଲେଙ୍କାଙ୍କ ରିପୋର୍ଟ।