ମୁଖ୍ୟମନ୍ତ୍ରୀ ମୋହନ ମାଝି ହେଲିକ୍ୟାପଟର ଯୋଗେ ଘଟଗାଁ ଠାରେ ପହଞ୍ଚି ଏକ ବିରାଟ ରୋଡ ସୋ ରେ ମା ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏହି ସମୟ ରେ ରାସ୍ତାର ଦୁଇ ପାର୍ଶ୍ଵରେ ପାରମ୍ପରିକ ନୃତ୍ୟ ଗୀତ ପ୍ରଦର୍ଶନ କରାଯାଉଥିଲା |

ପ୍ରଥମେ ମୁଖ୍ୟମନ୍ତ୍ରୀ ମା’ ଙ୍କୁ ଦର୍ଶନ କରିବା ପରେ ମନ୍ଦିର ପରିଷରର ହେଉଥିବା ଚଣ୍ଡୀ ପାଠ ରେ ଯୋଗ ଦେବା ପରେ ଗୀତା ଯଂଜ୍ଞ ରେ ଯୋଗ ଦେଇ ପୂର୍ଣ୍ଣାହୁତି ଦେଇଥିଲେ |

ଏହା ପରେ ସାଧୁ ସନ୍ଥ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କୁ ଆଶିବାଦ ପ୍ରଦାନ କରାଯାଇଥିଲା | ପରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିଷର ରେ ଥିବା ଗୋବିନ୍ଦ ଭଞ୍ଜ ଓ ଭୀମସେନ ରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l

ଏହା ପରେ ତାରିଣୀ ମନ୍ଦିର ସମନ୍ୟୟ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପରେ ମିନି ଷ୍ଟାଡିୟମରେ ୩୦ ହଜାର ଲୋକଙ୍କୁ ନେଇ ଆୟୋଜିତ ହୋଇଥିବା ସାଧାରଣ ସଭାରେ ନିଜର ଉଦବୋଧନ ଦେଇଥିଲେ।
ଘଟଗାଁ ରୁ ମନୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍ ଫୋଟ ନିଉଜ୍ଜ୍ ଟାଇମ୍ସ।
